fbpx

ଖୁସିଖବର: ପାର୍ବଣ ପାଇଁ ଆଜି ଠାରୁ ଗଡ଼ିବ ଏକାଧିକ ସ୍ପେଶାଲ୍ ଟ୍ରେନ୍, ଶୀଘ୍ର ଜାଣିନିଅନ୍ତୁ ଟାଇମିଂ ଓ ରୁଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପୂଜା ପର୍ବାଣୀ ସମୟରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଅକ୍ଟୋବର ୧୦ ତାରିଖରୁ ଅନେକ ଗୁଡ଼ିଏ ସ୍ପେଶାଲ୍ ଟ୍ରେନ୍ ଚଳାଇବା ପାଇଁ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଯାତ୍ରାର ଶ୍ରେଣୀ ଆଧାରରେ ବିଶେଷ ଟ୍ରେନ୍ ଗୁଡ଼ିକର ଭଡ଼ା ସାଧାରଣ ଟ୍ରେନ୍ ତୁଳନାରେ ଅଧିକ ରହିବ । ଦୁର୍ଗା ପୂଜା, ଦଶହରା, ଦୀପାବଳୀ ଓ ଛଟ୍ ପୂଜା ସମୟରେ ଲୋକଙ୍କ ଭିଡ଼କୁ କମ୍ କରିବା ପାଇଁ ଓ ସେମାନଙ୍କ ଦାବି ପୂରଣ କରିବା ପାଇଁ ବିଶେଷ ଟ୍ରେନ୍ ଭାରତର ବାରଣାସୀ, ଲଖନଉ, ବିହାର, ପଶ୍ଚିମବଙ୍ଗ ସମେତ ଦିଲ୍ଲୀରେ ଭଳି କିଛି ସ୍ଥାନରେ ଚଳାଯିବ ।

ଯଦି ଆପଣ ମାନେ ବି ଏହି ପୂଜାପର୍ବାଣୀ ଋତୁରେ ଭ୍ରମଣ କରିବା ପାଇଁ ଚାହୁଁଛନ୍ତି ତେବେ ଏହିସବୁ ସ୍ପେଶାଲ୍ ଟ୍ରେନ୍ ର ଟାଇମିଂ, ରୁଟ୍ ସମ୍ପର୍କରେ ଜାଣି ନିଅନ୍ତୁ । ତେବେ ଖାଲି ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ରେଳବାଇ ପକ୍ଷରୁ ୫ହଜାର ସ୍ପେଶାଲ୍ ଟ୍ରେନ୍ ଚଳାଯାଇଥାଏ । କିନ୍ତୁ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସ୍ପେଶାଲ୍ ଟ୍ରେନ୍ ସଂଖ୍ୟା କମିଯାଇଛି ।

Get real time updates directly on you device, subscribe now.