fbpx

ଟଙ୍କା ଲୋଭରେ ୫ସ୍ତ୍ରୀ ରଖିଥଲେ ସରକାରୀ କର୍ମଚାରୀ, ପୋଲିସବାବୁଙ୍କ ଦୁଇ ଜଣ ସ୍ତ୍ରୀ

ଭୁବନେଶ୍ୱର: ଟଙ୍କା ଲୋଭରେ ୫ ଜଣକୁ ବିବାହ କରିଛନ୍ତି ଯୁବକ । ଖାଲି ସେତିକି ନୁହେଁ ସରକାରୀ ଚାକିରିଆ ହୋଇବି ସାଇବର ଠକେଇ କରୁଥିଲେ । ସେ ଭୁବନେଶ୍ୱରରେ ଏସ୍କର୍ଟ ସର୍ଭିସ ନାଁରେ ସେ ଲୋକଙ୍କୁ ଠକେଇ ମଧ୍ୟ କରୁଥିଲେ । ତାପଙ୍ଗ ହାଟପଦା ପୋଷ୍ଟାଲ ଅଫିସରେ ଚାକିରି କରିଥିବା ସୁଶାନ୍ତ କୁମାର ପାତ୍ରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରଥମ ପତ୍ନୀ । ସେ କହିଛନ୍ତି ତାଙ୍କ ସ୍ୱାମୀ ୫ ଜଣକୁ ବିବାହ କରିଛନ୍ତି, ଟଙ୍କା ଲୋଭରେ ସେ ଜଣକ ପରେ ଜଣେ ଝିଅଙ୍କ ଜୀବନ ସହ ଖେଳୁଛନ୍ତି । ସେ ପ୍ରଥମେ ସୁଶାନ୍ତଙ୍କ ବିରୋଧରେ ପ୍ରଥମେ ମହିଳା କମିଶନରେ ଅଭିଯୋଗ କରିଥିଲେ ପତ୍ନୀ କିନ୍ତୁ ସେଠୁ ନ୍ୟାୟ ନମିଳିବାକରୁ ଡିସିପିଙ୍କ ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ଆଉଜଣେ ଖାକିବାବୁଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ଧଉଳି ଥାନା ହାବିଲଦାର ସଦାଶିବ ସାହୁଙ୍କ ନାଁରେ ଲିଙ୍ଗରାଜ ଥାନରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ । ବିବାହିତ ହୋଇ ବି ସଦାଶିବ ତାଙ୍କୁ ପ୍ରେମ ବିବାହ କରିଥିଲେ । ଦ୍ୱିତୀୟ ବିବାହ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଛନ୍ତି ଥାନାରେ ଅଭିଯୋଗ କରିବା ସହ ସୁରକ୍ଷା ମାଗିଛନ୍ତି ଦ୍ୱିତୀୟ ପତ୍ନୀ ।

ତେବେ ଏହି ଦୁଇ ୪୨୦ ସ୍ୱାମୀଙ୍କୁ ଗିରଫ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ଉଭୟ ।

Get real time updates directly on you device, subscribe now.