fbpx

ବାହାଘରର ବର୍ଷେ ନ ପୂରୁଣୁ ଅନ୍ୟ ଏକ ଝିଅ କୁ ଧରି ସ୍ୱାମୀ ଚମ୍ପଟ

ଡୁଙ୍ଗୁରିପାଲି ଅଞ୍ଚଳର କର୍ଲାଯୁରୀ ଗାଁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।ବିବାହ ର ଏକ ବର୍ଷ ନପୂରୁଣୁ ସ୍ୱାମୀ ସ୍ତ୍ରୀ କୁ ଛାଡି ଅନ୍ୟ ଏକ ଝିଅ ସହ ଫେରାର ହୋଇଯାଈଛି ।ଏଥି ନେଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ୨୦୨୦ ଫେବ୍ରୁଆରି ୪ ତାରିଖରେ ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁର ଡିଲେଶ୍ୱରୀ ନାଏକ କର୍ଲାଯୁରୀ ଗାଁର ରଞ୍ଜନ ଦଳେଇଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ, ଶାଶୂଘର ଲୋକେ ସୁନାହାର ପାଇଁ ୫୦ ହଜାର ଟଙ୍କା ଓ ଶାଢ଼ି ବାବଦକୁ ୨୦ ହଜାର ଟଙ୍କା ମାଗି ଅକଥନୀୟ ନିର୍ଯାତନା ଦେଉଥିଲେ। ଏଥିସହ ସେମାନେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। କ୍ରମେ ନିର୍ଯାତନା ଅସହ୍ୟ ହେବାରୁ ଡିଲେଶ୍ୱରୀ ତାଙ୍କ ଭାଇ ସହ ନିଜ ଗ୍ରାମକୁ ଚାଲିଯାଇଥିଲେ।

Get real time updates directly on you device, subscribe now.