ପତ୍ନୀଙ୍କ ଜନ୍ମଦିନରେ ଝୁଲି ପଡ଼ିଲେ ପତି: ଛାଡ଼ିଗଲେ ଜୀବନ ଶେଷ ହାତ ଲେଖା!

ଜଗତସିଂହପୁର ରଶ୍ମୀରଞ୍ଜନ ସେଠୀ କଟକ ମହାନଗର ନିଗମ(ସିଡିଏ)ରେ ଯନ୍ତ୍ରୀ ଭାବେ କାମ କରନ୍ତି। ତାଙ୍କ ପତ୍ନୀ ବାଲେଶ୍ୱର ଟାଉନ୍‌ର ଆଜିମାବାଦରେ ଘର ଭଡ଼ା ନେଇ ରୁହନ୍ତି

ଭୁବନେଶ୍ୱର: ପତ୍ନୀଙ୍କ ଜନ୍ମଦିନ ସେଲିବ୍ରେସନ୍ କରିବା ପାଇଁ ଯାଇଥିଲେ ସ୍ୱାମୀ। ହେଲେ ପତ୍ନୀଙ୍କ ଘଡ଼ା ଘରେ ଝୁଲି ପଡ଼ିଥିବା ପଡ଼ିଲେ! ମୃତ୍ୟୁ ପୂର୍ବରୁ ଛାଡ଼ିଗଲେ ଜୀବନର ଶେଷ ହାତ ଲେଖା। ଯାହାକୁ ଧରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଟାଉନରେ ଘଟିଛି।

ଜଗତସିଂହପୁର ରଶ୍ମୀରଞ୍ଜନ ସେଠୀ କଟକ ମହାନଗର ନିଗମ(ସିଡିଏ)ରେ ଯନ୍ତ୍ରୀ ଭାବେ କାମ କରନ୍ତି। ତାଙ୍କ ପତ୍ନୀ ବାଲେଶ୍ୱର ଟାଉନ୍‌ର ଆଜିମାବାଦରେ ଘର ଭଡ଼ା ନେଇ ରୁହନ୍ତି। ସେ ଜିଲ୍ଲା ଡାକ୍ତରଖାନାରେ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ଗୁରୁବାର ପତ୍ନୀଙ୍କ ଜନ୍ମ ଦିନ ଥିବାରୁ ସବୁକାମ ସାରି ରଶ୍ମୀ ବାଲେଶ୍ୱର ଯାଇଥିଲେ। ଭାବିଥିଲେ ପତ୍ନୀଙ୍କ ଜନ୍ମ ଦିନକୁ ଧୂମ୍‌ଧାମରେ ସେଲିବ୍ରେସନ୍ କରିବେ।

Uttarakhand Govt.

ହେଲେ ଗୁରୁବାର ରାତିରେ ରଶ୍ମୀଙ୍କୁ ଝୁଲନ୍ତା ଅବସ୍ଥା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମୃତ୍ୟୁକୁ ରଶ୍ମୀଙ୍କ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ରଶ୍ମୀଙ୍କ ମୃତଦେହ ମିଳିଥିବା ଘରକୁ ପୋଲିସ ଯାଞ୍ଚ କରିଛି। ସେହି ଘରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ସେହି ନୋଟ୍‌ଟି ରଶ୍ମୀ ଲେଖିଥିବେ ବୋଲି ପୋଲିସ ସନ୍ଦେହ କରୁଛି। ତଥାପି ପୋଲିସ ଉକ୍ତ ସୁଇସାଇଡ୍ ନୋଟ୍‌କୁ ପୋଲିସ ଯାଞ୍ଚ କରୁଛି। ପୋଲିସ ବିଭିନ୍ନ ଦିଗରୁ ତନ୍ତ ଚଳାଇଛି।