fbpx

ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ’ କୁ ମାରି ପୋତିଦେଲା ପାଇଖାନା ଟାଙ୍କିରେ

କୋରାପୁଟ: ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ସ୍ତ୍ରୀର ମୃତଦେହ । ମୃତ ମହିଳାଙ୍କ ନାମ ଗୌରୀ ବୋଲି ଜଣାପଡ଼ିଛି । ଆଉ ତାଙ୍କୁ ହତ୍ୟା କରିଛି ଖୋଦ୍ ତାଙ୍କ ସ୍ୱାମୀ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋରାପୁଟ କାକିରିଗୁମା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୂଯାୟୀ, ପାଞ୍ଚ ମାସ ଧରି ନିଖୋଜ ଥିଲେ ଗୌରୀ ଯାହାକୁ ନେଇ ଗୌରୀଙ୍କ ବାପା ଅଗଷ୍ଟ ୨ ତାରିଖ ଦିନ ଗୌରୀଙ୍କ ଶାଶୁଘରକୁ ଯାଇଥିଲେ । ଏବଂ ଗୌରୀଙ୍କ ସ୍ୱାମୀଙ୍କୁ ଗୌରୀ କୁଆଡେ ଯାଇଛନ୍ତି ବୋଲି ପଚାରିଥିଲେ । ଆଉ ଏହି ସମୟରେ ଦଶରଥ ତିନି ମାସ ହେଲାଣି ମୁଣ୍ଡ ପାଗଳ ହୋଇ କୁଆଡ଼େ ଚାଲି ଯାଇଛି ବୋଲି କହିଥିଲେ । ଯାହାପରେ ଗୌରୀଙ୍କ ବାପା କାକାରିଗୁମା ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ପରେ ପରିବାର ଲୋକ ଦଶରଥଙ୍କୁ ସନ୍ଦେହ କରି ଅଗଷ୍ଟ ମାସ ୧୫ ତାରିଖରେ ଆଉ ଏକ ମାମଲା ଲଷ୍ମୀପୁର ଥାନାରେ କରିଥିଲେ । ତେଵେ ଗତକାଲି କାକିରିଗୁମା ପୋଲିସ ବାରମ୍ବାର ପଚାରିବାରୁ ସତ କଥା କହିଥିଲେ ଦଶରଥ  । ନିଜେ ଗୌରୀଙ୍କୁ ମାରି ପାଇଖାନା ଗାତରେ ପୋତିଥିବା ସ୍ୱୀକାର କରିଥିଲା ।

ପୋଲିସ୍ ଘଟଣା ସ୍ଥଳରୁ ଗଳିତ ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

 

Get real time updates directly on you device, subscribe now.