fbpx

ଗ୍ୟାଙ୍ଗଷ୍ଟର ହାଇଦରର ଗିରଫ ନେଇ ପୋଲିସ୍ କମିସନରଙ୍କ ପ୍ରେସମିଟ୍

କଟକ, ୧୬ା୪ (ଓଡିଶା ଭାସ୍କର) : କଟକ ପୋଲିସର କାର୍ଯ୍ୟକାରିତାକୁ ନେଇ ପୋଲିସ୍ କମିସନର ପ୍ରଶଂସା କରିଛନ୍ତି । ହାଇଦରକୁ ଗିରଫ କରିବା ଅପରେସନକୁ ୧୨୦ ଘଣ୍ଟା ପୁରିଛି । ଏହି ୧୨୦ ଘଣ୍ଟା ମଧ୍ୟରେ ପୋଲିସ୍ ଅନେକ କସରତ କରିବାକୁ ପଡିଛି । ପୋଲିସ୍ କମିସନର କହିଛନ୍ତି ଯେ, ହାଇଦର୍ ଫେରାର୍ ପରେ କଟକ ପୋଲିସ୍ ଆଲର୍ଟ ଥିଲେ । କାଳେ ହାଇଦର୍ ବାହାର ରାଜ୍ୟ ଫେରାର୍ ହୋଇଯାଇଥିବ ବୋଲି ପୋଲିସ୍ ଆଶଙ୍କା କରିଥିଲା । ଏହା ଭିତରେ ୧୧ ତାରିଖରେ ସେ ତେଲେଙ୍ଗାନାରେ ଥିବା ଜାଣିବାକୁ ପାଇଥିଲେ । ସୁଚନା ମିଳିବା ପରେ ଦୁଇଟି ଟିମ୍ ତେଲେଙ୍ଗାନା ଯାଇ ତଦନ୍ତ କରିଥିଲେ । ଆଉ କାଲି ହାଇଦର୍ କରିବାରେ ସଫଳ ହୋଇଥିଲେ । ଏହିସବୁ ବ୍ୟବସ୍ଥାରେ ଚାଉଳିଆଗଞ୍ଜ ଏବଂ ବାଦାମବାଡି ପୋଲିସ୍ ଲିଡ୍ ନେଇଥିଲେ । ଟେକ୍ନିକାଲ ୱେରେ ପୋଲିସ୍ ହାଇଦର୍ ର କଣ୍ଟାକ୍ଟ ଟ୍ରେସ୍ କରି ତାକୁ ଧରିବାରେ ସଫଳତା ପାଇଛି । ବାଇକ୍ ରେ ଯାଉଥିବା ସମୟରେ ପୋଲିସ୍ ଖବର ପାଇ ତାକୁ କାବୁ କରିଥିଲା । ଗତକାଲି ରାତି ୭ଟାରେ ପୋଲିସ୍ ତାକୁ ଧରିଥିଲା । ଏହାପରେ ତାକୁ ଭୁବନେଶ୍ୱର ଅଣାଯାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ ୧୦ ତାରିଖ ଅପରାହ୍ନ ୪ଟାୋର ଏସସିବି ରୁ ଫେରାର୍ ହୋଇଯାଇଥିଲା । ଗୋଟିଏ ଗାଡିରୋ ହାଇଦର୍ ଫେରାର୍ ହୋଇଯାଇଥିଲା । ଆଉ ଫେରାର୍ ହେବାରେ ହାଇଦର୍ ର ପୁଅ ତାକୁ ସହଯୋଗ କରିଥିଲା । ଫେରାର୍ ହେବାର ୩ଘଣ୍ଟା ପରେ ପୋଲିସ୍ କୁ ଜଣାପଡିଥିଲା । ଯାହା ଫଳରେ ତାକୁ ଫେରାର୍ ହେବାରେ ସୁବିଧା ହୋଇଥିଲା । ସିସିଟିଭି ଫୁଟେଜ୍ ରୁ ସୁଚନା ମିଳିଥିଲା । ବର୍ତ୍ତମାନ ହାଇଦର୍ ର ୫ଜଣ ସହଯୋଗୀ କୁ ପଚରାଉଚରା କରୁଛି ପୋଲିସ୍ । ଖୁବ୍ ଶୀଘ୍ର ତାକୁ ପୋଲିସ୍ କମିସନର ରିମାଣ୍ଡରେ ନେବେ ।

Get real time updates directly on you device, subscribe now.