fbpx

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର, କଡ଼ା ସୁରକ୍ଷା ମଧ୍ୟରେ କଟକ ନିଆଗଲା

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଶେଷରେ ଓଡ଼ିଶା ଫେରିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ବିମାନ ଯୋଗେ ତେଲେଙ୍ଗାନାରୁ ଓଡ଼ିଶା ଆଣିଛି କମିଶନରେଟ୍ ପୋଲିସ । ଗତକାଲି ତେଲେଙ୍ଗାନାର ସାଙ୍ଗାରେଡିରୁ ପୋଲିସ ହାଇଦରକୁ ଗିରଫ କରିଥିଲା । ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ କମିଶନରେଟ୍ ପୋଲିସ ହାଇଦରକୁ କଟକ ନେଇଥିବା ଜଣାପଡ଼ିଛି । କଟକରେ ପହଞ୍ଚିବା ପରେ ହାଇଦରକୁ ଫେରାର ପଛର ଷଡ଼ଯନ୍ତ୍ର ବିଷୟରେ ପଚରାଉଚରା କରାଯିବା ସହ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଯେ, ଗତକାଲି ହାଇଦର ଗିରଫ ହେବା ନେଇ ସୂଚନା ଦେଇଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଚିକିତ୍ସା ବାହାନାରେ ଗତ ମାସ ୨୩ ତାରିଖରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଗତ ୧୦ ତାରିଖ ଅପରାହ୍ଣରେ ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା । ହାଇଦରକୁ ଧରିବା ପାଇଁ ଓଡ଼ିଶା ପୋଲିସ ଏକ ସ୍ପେଶାଲ୍ ସ୍କ୍ୱାଡ୍ ଗଠଡ଼ କରି ରାଜ୍ୟ ବହାରେ ଅପରେସନ ଜାରି ରଖିଥିଲା ।

Get real time updates directly on you device, subscribe now.