fbpx

ରଙ୍ଗିଲା ହାଇଦର୍ : ୩ ପ୍ରେମିକା ପାଇଁ ଧରାପଡିଲା ଗ୍ୟାଙ୍ଗଷ୍ଟାର୍

ଭୁବନେଶ୍ୱର , ୧୬ା୪ (ଓଡିଶା ଭାସ୍କର): ହାଇଦର୍ ଫେରାର୍ ଘଟଣାରେ ଆଉ ଏକ ବଡ ଖୁଲାସା ହୋଇଛି । ଗତ ୧୦ ତାରିଖରେ ହାଇଦର୍ କଟକ ଏସସିବିରୁ ଫେରାର୍ ହୋଇଯାଇଥିଲା । ହେଲେ ତେଲେଙ୍ଗାନାରୁ ତାକୁ ପୋଲିସ୍ ଧରିବାରେ ସଫଳ ହୋଇଥିଲା । ତେବେ ଏହା ଭିତରେ ଆଉ ଗୁରୁତ୍ୱପୁର୍ଣ୍ଣ ଖବର ଆସି ପହଞ୍ଚିଛି । ତାହା ହେଉଛି ହାଇଦର୍ ତେଲେଙ୍ଗାନାରୁ ଧରାପଡିଛି ତାର ୩ ଜଣ ପ୍ରେମିକାଙ୍କ ପାଇଁ । ସୁଚନା ଯେ, ହାଇଦର୍ ତାର ତିନି ପ୍ରେମିକାଙ୍କ ସହ ବାର୍ତ୍ତାଳାପ କରୁଥିବା ବେଳେ ଧରାପଡିଥିଲା । ଆହୁରି ମଧ୍ୟ କଟକ ଏସସିବି ରେ ଥିବା ସମୟରେ ମେଡିକାଲକୁ ସେମାନେ ଦେଖାକରିବାକୁ ଆସିଥିଲେ । ଏଥିସହିତ ହାଇଦର୍ ଫୋନ୍ ମାଧ୍ୟମରେ ପ୍ରେମିକା ମାନଙ୍କ ସହ ଯୋଗାଯୋଗରେ ଥିଲା । ପୋଲିସ୍ ଯେତେବେଳେ ଫୋନ୍ କୁ ଟ୍ରାକ୍ କରିଥିଲା ସେତେବେଳେ ଜାଣିବାକୁ ପାଇଥିଲା ଯେ ହାଇଦର୍ କିଛି ମହିଳାଙ୍କୁ କଲ୍ କରିଥିଲା । ଆଉ ସେହି ମହିଳା ମାନେ ହିଁ ହେଉଛନ୍ତି ତା ପ୍ରେମିକା । ବର୍ତ୍ତମାନ ଉକ୍ତ ୩ ପ୍ରେମିକା ମଧ୍ୟ ପୋଲିସ୍ ର କବଜାରେ ରହିଛନ୍ତି ।

Get real time updates directly on you device, subscribe now.