fbpx

‘ମୁଁ ବିକିନି ଗର୍ଲ ନଥିଲି, ମୋତେ କରିଦିଆଗଲା’; ଭାଇରାଲ୍ ଫଟୋକୁ ନେଇ ଏପରି କହିଲେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା

ମେରଠ: ହସ୍ତିନାପୁର ଆସନରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଅର୍ଚ୍ଚନା ଗୌତମ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ କଂଗ୍ରେସ ପ୍ରାର୍ଥୀ ପାଇଁ ନିର୍ବାଚନରେ ଠିଆ ହୋଇଥିବାକୁ ନେଇ ଯେତିକି ଚର୍ଚ୍ଚା ସାଉଁଟି ନାହାନ୍ତି ବରଂ ନିଜର ପୂର୍ବ ପେସାକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ବିକିନି ଗର୍ଲ ନାମରେ ଜଣାଯାଏ । ନିର୍ବାଚନରେ ଠିଆ ହେବା ପରଠାରୁ ତାଙ୍କ ବିକିନି ଫଟୋ ଜୋରସୋରରେ ଭାଇରାଲ୍ ହେଉଛି । ନିକଟରେ ଏକ ସାକ୍ଷାତକାରରେ ସେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅର୍ଚ୍ଚନାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, ତାଙ୍କର ଏପରି ଭାଇରାଲ୍ ହେବା ପାର୍ଟି ପାଇଁ ଫାଇଦା ହେବ ନା କ୍ଷତି? ଏହାର ଉତ୍ତରରେ ସେ କହିଥିଲେ ଯେ, ରାଜନୀତିକୁ ଆସିବା ପୂର୍ବରୁ ମୁଁ ଜାଣିନଥିଲି ଯେ, ପୂର୍ବ କାମକୁ ନେଇ ଏତେ ବଡ଼ ପ୍ରସଙ୍ଗ ଉଠିବ । ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, “ସମାଜରେ ବର୍ତ୍ତମାନର ବିଚାର ଧାରାକୁ ମୁଁ ଦେଖୁଛି । ଯଦି ମୁଁ ଛୋଟ ପୋଷାକ ପିନ୍ଧିବାରୁ ଏତେ ବଡ଼ ପ୍ରସଙ୍ଗ ହୋଇଗଲା ତାହେଲେ ଯେଉଁ ଝିଅ ମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ଓ ଛୋଟ ପୋଷାକ ଯେପରି ଜିନ୍ସ, କ୍ୟାପ୍ରି ଆଦି ପିନ୍ଧିବାକୁ ଚାହୁଁଛନ୍ତି ସେମାନଙ୍କୁ ସମାଜ ଜୀବିତ ହିଁ ଛାଡବନି । ଭାରତ ବର୍ତ୍ତମାନ ସମୟରେ ଏତେ ଆଗକୁ ବଢ଼ିଲାଣି । କିନ୍ତୁ ସମାଜରେ ଥିବା ଚିନ୍ତାଧାରା କାହିଁକି ଆଗକୁ ବଢ଼ୁନାହିଁ?” ।

ଏହାପରେ ଯେତେବେଳେ ବିକିନି ଗର୍ଲ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା ଯେ, ଆପଣଙ୍କୁ ବିକିନି ଗର୍ଲ ନାମରେ ଜଣାଯାଇଥାଏ, ଏହାକୁ କିପରି ଦେଖୁଛନ୍ତି? ଏହାର ଉତ୍ତରରେ ଅର୍ଚ୍ଚନା କହିଥିଲେ ଯେ, ମୁଁ ବିକିନି ଗର୍ଲ ନଥିଲି । ମୋତେ କରିଦିଆଗଲା । ଆଉ ଏହି ନାମକୁ ମୋ ସହିତ ଯୋଡ଼ି ଦିଆଗଲା ଯାହା କି ଭୂଲ୍ । କାହାର ଚରିତ୍ରକୁ ତାର ନାମ ସହିତ ଯୋଡ଼ା ଯାଇ ପାରିବ ନାହିଁ । ଖାସ୍ ସେହି ନାମ ଯାହା ଆପଣ ମାନେ ଦେଇଛନ୍ତି । ମୋ ନାମ ଅର୍ଚ୍ଚନା ଗୌତମ ତେଣୁ ଆପଣ ମାନେ ସେହି ନାମରେ ସମ୍ବୋଧନ କରିବା ଦରକାର ।

 

Get real time updates directly on you device, subscribe now.