fbpx

IAS ଦମ୍ପତିଙ୍କ ଲଭ୍ ଷ୍ଟୋରୀ The End: ଅଲଗା ହେଲେ ଟିନା ଓ ଅତହର

ନୂଆଦିଲ୍ଲୀ: ଏକଦା ଚର୍ଚ୍ଚାରେ ଥିଲା ସେମାନଙ୍କର ପ୍ରେମ କାହାଣୀ । ୨୦୧୫ର ୟୁପିଏସସି ଟପ୍ପର ଟିନା ଡାବି ଓ ଅତହର ଖାନ ପରସ୍ପରକୁ ଭଲପାଇ ବିବାହ କରିଥିଲେ । ମାତ୍ର ତାଙ୍କର ରିଲେସନସିପ୍ ବେଶିଦିନ ତିଷ୍ଠି ପାରିନଥିଲା । ଦୁହିଁଙ୍କ ତଲାକ ଉପରେ ମୋହର ମାରିଛନ୍ତି ଜୟପୁର ଫାମିଲି କୋର୍ଟ । ଗତ ୨୦୨୦ ନଭେମ୍ବର ମାସରେ ଏହି ଆଇଏଏସ୍ ଦମ୍ପତି ପାରସ୍ପରିକ ସହମତିରେ କୋର୍ଟରେ ତଲାକ ପାଇଁ ଆବେଦନ କରିଥିଲେ । ଏହାପୂର୍ବରୁ ଦୁହେଁ ୨୦୧୮ରେ ଏକ ହାଇପ୍ରୋଫାଇଲ ମ୍ୟାରେଜ୍ କରିଥିଲେ, ଯେଉଁଥିରେ ଅନେକ ବରିଷ୍ଠ ରାଜନେତାଙ୍କ ବହୁ ପ୍ରତିଭାଶାଳୀ ଲୋକ ଯୋଗ ଦେଇଥିଲେ ।

କଶ୍ମୀର ନିବାସୀ ଅତହର ସିଭିଲ୍ ସର୍ଭିସରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ନିବାସୀ ଟିନା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରଶାସନିକ ଟ୍ରେନିଂ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ଦୁହେଁ ରାଜସ୍ଥାନ କ୍ୟାଡରର ଅଧିକାରୀ ହୋଇଥିବା ବେଳେ ଜୟପୁରରେ ରହୁଥିଲେ । ଟିନା ଓ ଅତହର ସୋସିଆଲ ମିଡିଆରେ ଅଧିକ ସମୟ ସକ୍ରିୟ ରହୁଥିଲେ ହେଁ କେହି ଏନେଇ କିଛି ଚର୍ଚ୍ଚା କରୁନଥିଲେ । କୋର୍ଟରେ ଡିଭର୍ସ ଆବେଦନ ପରେ ଟିନା ତାଙ୍କର ପ୍ରଥମ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଏ ବିଷୟରେ ମଧ୍ୟ କିଛି ଉଲ୍ଲେଖ କରିନଥିଲେ ।

Get real time updates directly on you device, subscribe now.