fbpx

ଫେସବୁକରୁ ଆରମ୍ଭ ହେଲା ପ୍ରେମ, ତା’ପରେ ବିବାହ, କିଛିଦିନ ପରେ ମା’-ଝିଅଙ୍କୁ ଛାଡ଼ି ଛୁ’

ଭୁବନେଶ୍ୱର: ପୁଣି ଲଭ୍-ସେକ୍ସ-ଧୋକ୍କା । ଉତ୍ତର ପ୍ରଦେଶରୁ ଜଣେ ଆଇଏଏସ୍ ଅଧିକାରୀଙ୍କ ଯୌନ କେଳେଙ୍କାରୀ ସାମନାକୁ ଆସିଛି । ଗୁଜୁରାଟ କ୍ୟାଡରର ଅଧିକାରୀ ଜଣଙ୍କ ଫେସବୁକରେ ଜଣେ ଏମବିବିଏସ ଛାତ୍ରୀଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏହାର ସୁଯୋଗ ନେଇ ଅଧିକାରୀ ଜଣଙ୍କ ଛାତ୍ରୀ ଜଣଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଅଧିକାରୀ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ସେ ଛାତ୍ରୀଙ୍କୁ ଦିଲ୍ଲୀ ନେଇ ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଫଟୋ ଉତ୍ତୋଳନ କରିଥିଲେ । ପୀଡ଼ିତା ଏହାକୁ ବିରୋଧ କରିଥିଲେ ମଧ୍ୟ ଅଧିକାରୀ ଜଣଙ୍କ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଦୁହେଁ ବିବାହ କରିଥିଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମାତ୍ର କିଛି ଦିନ ପରେ ମାଆ ଓ ଝିଅଙ୍କୁ ଛାଡ଼ି ଅଧିକାରୀ ଜଣଙ୍କ ଫେରାର ହୋଇଯାଇଥିଲେ । ପୀଡ଼ିତା ଏ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖିବା ସହ ନ୍ୟାୟ ଅପେକ୍ଷାରେ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.