fbpx

ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ଘୋଷଣା କଲା ICC; ବିଜୟୀ ଦଳକୁ ମିଳିବ ଏତିକି ଟଙ୍କା

ଦୁବାଇ: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ରବିବାର ଆଇସିସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ବିଶ୍ୱକପ ବିଜେତା ଦଳକୁ ୧.୬ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ରନର୍ସ ଅପ ଦଳକୁ ୮ ଲକ୍ଷ ଡଲାର ବା ୬ କୋଟି ଟଙ୍କା ପ୍ରଦାନ କରାଯିବ । ସେମି ଫାଇନାଲିଷ୍ଟ ଦଳଙ୍କୁ ୪ ଲକ୍ଷ ଡଲାର ବା ୩ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ବାଦ ସୁପର-୧୨ରେ ପ୍ରବେଶ କରିଥିବା ଦଳଙ୍କୁ ୫୨.୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।

୧୭ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ । ନଭେମ୍ବର ୧୦ ଓ ୧୧ରେ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମୁଦାୟ ୫.୬ ମିଲିୟନ ଡଲାର ବା ୪୨ କୋଟି ୭ ଲକ୍ଷ ୩୬ ହଜାର ୪୦୦ ଟଙ୍କାର ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.