fbpx

୧୨୯ ବର୍ଷ ପରେ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଛକା-ଚୌକାର ରୋମାଞ୍ଚ ! ଆଇସିସି ଉଠାଇଲା ବଡ ପଦକ୍ଷେପ

ନୂଆଦିଲ୍ଲୀ : ଜୁଲାଇ ୨୩ରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଥିବା ଅଲିମ୍ପିକ୍ସ ସମାପ୍ତ ହୋଇ ସାରିଛି । କରୋନା ଭାଇରସ୍ ମହାମାରୀ ମଧ୍ୟରେ ଆୟୋଜିତ ଏହି ଖେଳରେ ଭାରତ ନିଜର ସର୍ବକାଳୀନ ଭଲ ପ୍ରଦର୍ଶନ କରିଛି । କ୍ରିକେଟକୁ ନିଜର ପରମ୍ପରା ମାନୁଥିବା ଭାରତୀୟ ପ୍ରଶଂସକଙ୍କ ବଡ ଆଶା ଯେ, ଅଲିମ୍ପିକ୍ସରେ କ୍ରିକେଟ୍ ମଧ୍ୟ ସାମିଲ ହେଉ । ଏଥିରେ ଦେଶକୁ ସ୍ୱର୍ଣ୍ଣ ପଦକ ଜିତିବାର ସମ୍ଭାବନା ବଢିଯିବ । ଅଲିମ୍ପିକ୍ସରେ ଶେଷ ଥର ୧୯୦୦ ମସିହାରେ କ୍ରିକେଟ୍ ସାମିଲ ହୋଇଥିଲା । ଏହା ମଧ୍ୟରେ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଶୀଘ୍ର ଅଲିମ୍ପିକ୍ସରେ ମଧ୍ୟ ଦେଖିବାକୁ ମିଳିପାରେ ଚୌକା-ଛକାର ରୋମାଞ୍ଚ । ଏହାର ସୂଚନା ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ଦେଇଛି ।

ଆଇସିସି ସ୍ପଷ୍ଟ କରିଛି ଯେ, ସଂଘ ୨୦୨୮ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଖେଳରେ କ୍ରିକେଟକୁ ସାମିଲ କରାଇବା ପାଇଁ ବିଡ୍ ଲଗାଇବ । ଆଇସିସି ଗତ କିଛି ସମୟରୁ କ୍ରମାଗତ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଇବା ଦିଗରେ କାମ କରୁଛି । ସବୁଠୁ ବଡ କଥା ଏହି ମାମଲାରେ ଦୁନିଆର ସବୁଠୁ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ବିସିସିଆଇ ସମର୍ଥନ କରିଛି । ଆଇସିସି ଏକ ଅଲିମ୍ପିକ୍ସ କାର୍ଯ୍ୟକାରୀ ଗ୍ରୁପ ଗଠନ କରିଛି । ଏହି ଗ୍ରୁପ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ଉପରେ କାମ କରିବ । ବୋର୍ଡ ସଂପାଦକ ଜୟ ଶାହା ନିକଟରେ କହିଥିଲେ ଯେ, ଯଦି କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଯାଏ ତେବେ ବିସିସିଆଇ ପୂର୍ଣ୍ଣ ସମର୍ଥନ ଦେବ ।

 

 

View this post on Instagram

 

A post shared by ICC (@icc)

ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାର୍କଲେ କହିଛନ୍ତି, ଏହି ବିଡ୍ ପଛରେ ଆମର ପୂରା ଖେଳ ୟୁନିଟ୍ ଏକଜୁଟ୍ ଅଛନ୍ତି । ଆମେ ଅଲିମ୍ପିକ୍ସରେ କ୍ରିକେଟର ଲମ୍ବା ଭବିଷ୍ୟତ ଥିବା ଦେଖୁଛୁ । ପୂରା ଦୁନିଆରେ ଆମ ପାଖରେ ଏକ ଅରବରୁ ଅଧିକ ପ୍ରଶଂସକ ଅଛନ୍ତି । ସେଥିରୁ ପ୍ରାୟ ୯୦ ପ୍ରତିଶତ କ୍ରିକେଟକୁ ଅଲିମ୍ପିକ୍ସରେ ଦେଖିବାକୁ ଚାହାନ୍ତି । ସ୍ପଷ୍ଟ ଭାବେ କହିବାକୁ ଗଲେ କ୍ରିକେଟର ଏକ ମଜବୁତ ପ୍ରଶଂସକ ୟୁନିଟ୍ ରହିଛି । ବିଶେଷ କରି ଦକ୍ଷିଣ ଏସିଆରେ ଆମର ୯୨ ପ୍ରତିଶତ ପ୍ରଶଂସକ ରହିଛନ୍ତି । ଆମେରିକାରେ ମଧ୍ୟ ଆମର ୩ କୋଟିରୁ ଅଧିକ କ୍ରିକେଟ୍ ପ୍ରଶଂସକ ରହିଥିବା ଆଇସିସି କହିଛି ।

Get real time updates directly on you device, subscribe now.