୨୦୨୬ ଟି-୨୦ ବିଶ୍ୱକପ୍ ପରେ ସଞ୍ଜୁ ସାମସନଙ୍କୁ ICC ଦେଲା ଖାସ୍ ଆଓ୍ୱାର୍ଡ, ପଛରେ ପଡ଼ିଗଲେ ଜସପ୍ରୀତ ବୁମରାହ
ସଞ୍ଜୁ ସାମସନଙ୍କୁ ମିଳିଲା ICC ପ୍ଲେୟର ଅଫ୍ ଦି ମନ୍ଥ ଆଓ୍ୱାର୍ଡ।
ଓଡିଶାଭାସ୍କର: ଭାରତକୁ ୨୦୨୬ ଟି-୨୦ ବିଶ୍ୱକପରେ ଚାମ୍ପିଅନ କରିଥିବା ସଞ୍ଜୁ ସାମସନଙ୍କୁ ICC ଏକ ଖାସ୍ ଆଓ୍ୱାର୍ଡ ଦେଇ ସଲାମ କରିଛି। ସଞ୍ଜୁ ସାମସନଙ୍କୁ ମାର୍ଚ୍ଚ ମାସର ପ୍ଲେୟର ଅଫ୍ ଦି ମନ୍ଥ ଭାବରେ ICC ବାଛିଛି। ସବୁଠାରୁ ବଡ଼ କଥା ହେଉଛି କି ସଞ୍ଜୁ ଜସପ୍ରୀତ ବୁମରାହଙ୍କୁ ପଛରେ ପକାଇ ଏହି ଆଓ୍ୱାର୍ଡ ହାସଲ କରିଛନ୍ତି।
ତେବେ ସଞ୍ଜୁ ସାମସନ ଟି-୨୦ ବିଶ୍ୱକପ୍ ୨୦୨୬ରେ ୫ଟି ମ୍ୟାଚରେ ୮୦.୨ ରନ୍ ରେଟରେ ୩୨୧ ରନ୍ କରିଥିଲେ। ଯେହେତୁ ସଞ୍ଜୁ ଚଳିତ ଟି-୨୦ ବିଶ୍ୱକପ ସେମିଫାଇନାଲ ଏବଂ ଫାଇନାଲରେ ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଜୟର ଭେଟି ଦେଇଥିଲେ ତେଣୁ ସେ ବୁମରାହଙ୍କ ଉପରେ ମଧ୍ୟ ଭାରି ପଡ଼ିଲେ।
ଯଦି ଜସପ୍ରୀତ ବୁମରାହଙ୍କ କଥା କହିବା ତେବେ ସେ ୨୦୨୬ ଟି-୨୦ ବିଶ୍ୱକପରେ କମାଲ ବୋଲିଂ କରିବା ସହ ୮ଟି ମ୍ୟାଚରେ ୧୪ଟି ଓ୍ୱିକେଟ୍ ନେଇଥିଲେ
କେବଳ ସେତିକି ନୁହେଁ ସେ ଫାଇନାଲ ମ୍ୟାଚରେ ପ୍ଲେୟର ଅଫ୍ ଦ ମ୍ୟାଚ୍ ମଧ୍ୟ ହୋଇଥିଲେ। ତାଙ୍କର ଇକୋନୋମୀ ରନ୍ ରେଟ୍ ମଧ୍ୟ ୬.୨୧ ପ୍ରତି ଓଭର ପିଛା ରହିଥିଲା।
ଆଉ ଏହାରି ଭିତରେ ସଞ୍ଜୁ ସାମସନ ICC ପ୍ଲେୟର ଅଫ୍ ଦି ମନ୍ଥ ଆଓ୍ୱାର୍ଡ ପାଇବା ପରେ କହିଛନ୍ତି କି ଏହି ଆଓ୍ୱାର୍ଡ ତାଙ୍କ ପାଇଁ ଏକ ସମ୍ମାନର କଥା। ସେ କହିଛନ୍ତି ଟି-୨୦ ବିଶ୍ୱକପ୍ ଜିତିବା ତାଙ୍କ ପାଇଁ ଏକ ସ୍ମରଣୀୟ ଦିନ ଥିଲା।
ସାମସନ ଏହା ମଧ୍ୟ କହିଛନ୍ତି କି କୋଚ୍ ଏବଂ ସିଲେକ୍ଟର ତାଙ୍କ ଉପରେ ଭରଷା କରି ମ୍ୟାଚ୍ ଖେଳିବାର ସୁଯୋଗ ଦେଇଥିବାରୁ ସେମାନଙ୍କୁ କୋଟି କୋଟି ଧନ୍ୟବାଦ। ଯେଉଁଥିପାଇଁ ସେ ଆଜି ଏହି ଆଓ୍ୱାର୍ଡ ପାଇପାରିଛନ୍ତି।
