ICC U19 World Cup 2026: ୬ ୱିକେଟରେ ଆମେରିକାକୁ ଧୁଳି ଚଟେଇଲା ଭାରତ, ୧୦୭ ରନରେ USA ଅଲଆଉଟ୍
୬ ୱିକେଟରେ ଆମେରିକାକୁ ଧୁଳି ଚଟେଇଲା ଭାରତ, ୧୦୭ ରନରେ USA ଅଲଆଉଟ୍
ICC U19 World Cup 2026: ଆରମ୍ଭ ହୋଇଛି ICC U19 World Cup 2026 । ପ୍ରଥମ ଦିନରେ ଭାରତ ବର୍ଷା ପ୍ରଭାବିତ ମ୍ୟାଚରେ USAକୁ ୬ ୱିକେଟରେ ପରାସ୍ତ କରିଛି।
ଭାରତୀୟ ଅଧିନାୟକ ଆୟୁଷ ଟସ୍ ଜିତି USAକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। USA ତାର ସମ୍ପୂର୍ଣ୍ଣ ୫୦ ଓଭର ଖେଳିପାରିନଥିଲା । ମାତ୍ର ୩୫.୨ ଓଭରରେ ୧୦୭ ରନରେ ଅଲଆଉଟ ହୋଇଥିଲା।
ଭାରତ ପକ୍ଷରୁ ହେନିଲ ପଟେଲ ଚମତ୍କାର ବୋଲିଂ କରିଥିଲେ, ସାତ ଓଭରରେ ମାତ୍ର ୧୬ ରନ ଦେଇ ପାଞ୍ଚଟି ୱିକେଟ ନେଇଥିଲେ। ବର୍ଷା ଏବଂ ଖରାପ ପାଗ ଯୋଗୁଁ ମ୍ୟାଚ୍ ବହୁତ ସମୟ ପାଇଁ ବନ୍ଦ ରହିଥିଲା।
ଯେତେବେଳେ ମ୍ୟାଚ୍ ପୁଣି ଆରମ୍ଭ ହେଲା, ଭାରତକୁ ୩୭ ଓଭରରେ ଜିତିବା ପାଇଁ ୯୬ ରନର ଲକ୍ଷ୍ୟ ଦିଆଯାଇଥିଲା। ଅଭିଜ୍ଞାନ କୁଣ୍ଡୁଙ୍କ ଯୋଗୁଁ ଭାରତ ଏହି ଲକ୍ଷ୍ୟ ହାସଲ କରିଥିଲା।
