fbpx

Water on Mars! ବରଫ ସିଡ଼ିର ସନ୍ଧାନ ମିଳିବା ପରେ ବୈଜ୍ଞାନିକ ବି ତାଜୁବ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆଣିଥାନ୍ତି । ତେବେ ନିକଟରେ ମଙ୍ଗଳ ଗ୍ରହରେ ପ୍ରାଚୀନ କାଳର ବରଫ ସିଡ଼ି ଦୃଶ୍ୟମାନ ହୋଇଛି । ଏହି ଛବି ଦେଖିବା ପରେ ବୈଜ୍ଞାନିକମାନେ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି । ଏହି ଫଟୋଗ୍ରାଫ ନାସାର ସ୍ପେସକ୍ରାଫ୍ଟ ପକ୍ଷରୁ ନିଆଯାଇଛି । ଏହି ସିଡ଼ିକୁ ଦେଖିବା ପରେ ସେଠାରେ ପୂର୍ବରୁ ପାଣି ଥିବା ନେଇ ଅନୁମାନ କରାଯାଉଛି । ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଏକ ନୂଆ ରିସର୍ଚ୍ଚରେ ଏନେଇ ଉଲ୍ଲେଖ କରାଯାଇଛି ।

ତେବେ ମଙ୍ଗଳ ଗ୍ରହରେ ବରଫ ସିଡ଼ି ଦେଖିବାକୁ ମିଳିଥିଲେ ହେଁ ପୂର୍ବରୁ ସେଠାରେ ପାଣି ଥିଲା ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ବୈଜ୍ଞାନିକଙ୍କ ଭାଷାରେ ଏହି ସିଡ଼ିକୁ ଟ୍ରାନ୍ସଭର୍ସ ଆଇଓଲିନ ରିଜେସ (ଟିଏଆର) କୁହାଯାଉଛି । ମଙ୍ଗଳ ଗ୍ରହ ଉପରେ ଉଡ଼ୁଥିବା ପ୍ରାଚୀନ କାଳର ଧୂଳି ଉପରେ ବରଫ ଜମି ରହିଥିବା କୁହାଯାଉଛି । ୟୁନିଭରସିଟି ଅଫ୍ ଏରିଜୋନାର ବୈଜ୍ଞାନିକମାନେ ଏହି ଅଧ୍ୟୟନ କରିଥିଲେ ।

ରିସର୍ଚ୍ଚରେ କୁହାଯାଇଛି, ସୋଲିସ ପ୍ଲେନମରେ ବରଫର ସିଡ଼ି ଦେଖିବାକୁ ମିଳିଛି । ଏହା ମଙ୍ଗଳ ଗ୍ରହର ଦକ୍ଷିଣ ଭାଗରେ ରହିଥିବା ନୋକ୍ଟିସ ଲାବ୍ରିଣ୍ଟସର ନିକଟରେ ରହିଥିଲା । ମଙ୍ଗଳ ଗ୍ରହର ସବୁଠାରୁ ବଡ଼ ଘାଟନୀ ଭାଲେସ ମରିନେରିଜର ଦକ୍ଷିଣ-ପୂର୍ବରେ ସୋଲିସ ପ୍ଲେନମ ରହିଛି । ଏହି ଆକୃତିଗୁଡ଼ିକ କ୍ରମାଗତ ଭାବେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି । ତେଣୁ ସିଏଆରର ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଏହା ଉପରେ ରିସର୍ଚ୍ଚ କରି ଆସୁଛନ୍ତି । ନାସାର ମାର୍କ ରିକୋନାସାନ୍ସର ଆର୍ବିଟରରେ ଲାଗିଥିବା ହିରାଇଜରେ କ୍ୟାମେରରେ ଏହି ସିଡ଼ିର ଚିତ୍ର ଉତ୍ତୋଳନ କରାଯାଇଥିଲା ।

Get real time updates directly on you device, subscribe now.