fbpx

କାଲି ବାହାରିବ ICSE ଦଶମ ଓ ISC ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: କରୋନା କାଳ ମଧ୍ୟରେ ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବାର ସୂଚନା ରହିଛି । ତେବେ ଚଳିତବର୍ଷ ଆଇସିଏସଇ ଓ ଆଇଏସସିରେ ୩ ଲକ୍ଷ ଛାତ୍ର ପରୀକ୍ଷା ଦେଇଥିଲେ ।  ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇସିଏସଇ ଓ ଆଇଏସସି ବୋର୍ଡର ଅଫିସିଆଲ ୱେବସାଇଟ  http://cisce.org ଓ http://results.cisce.org ରେ ରେଜଲ୍ଟ ଜାରି କରାଯିବ ।

ତେବେ, ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଆଇସିଏସଇ ଏବଂ ଆଇଏସସି ପରିଷଦ ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଥିଲେ । ବର୍ତ୍ତମାନ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପଦ୍ଧତିରେ ଫଳାଫଳ ପ୍ରସ୍ତୁତ କରାଯାଇଛି । ଜୁନ୍ ମାସରେ ପରିଷଦ ଘୋଷଣା କରିଥିଲା ଯେ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ ।

Get real time updates directly on you device, subscribe now.