fbpx

ବିବାହ ବୈଧ ନୁହେଁ ତ, ଏ ଡ୍ରାମା କାହିଁକି …

ନୂଆଦିଲ୍ଲୀ: ପଶ୍ଚିମବଙ୍ଗଳା ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସେ ଏବେ ହେଡଲାଇନରେ ରହିଛନ୍ତି । ତାଙ୍କୁ ନେଇ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ନୁସରତ ଓ ତାଙ୍କ ସ୍ୱାମୀ ନିଖିଲଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । କିନ୍ତୁ ତାଙ୍କର ବିବାହ ବିଷୟରେ ସେ ଏପରି ଏକ ଖୁଲାସା କରିଥିଲେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ସେବେଠାରୁ ସେ ସର୍ବଦା ଖବରର ହେଡଲାଇନରେ ରହୁଛନ୍ତି । ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଫଟୋ କିମ୍ବା ଭିଡିଓ ସେଆର କରନ୍ତି , ସେତେବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ କରିବା ଆରମ୍ଭ କରନ୍ତିା

ତାଙ୍କର କିଛି ୟୁଜର୍ସ ମାନେ ତାଙ୍କ ବିବାହ ଓ ସନ୍ତାନ ବିଷୟରେ ପ୍ରଶ୍ନ କରୁଛନ୍ତି । ଏବେ ନୁସରତ୍ ପ୍ରତିଦିନ କିଛି ନାଁ କିଛି ପୋଷ୍ଟ ସେଆର କରୁଛନ୍ତି । ନିକଟରେ ନୁସରତ୍ ତାଙ୍କର ଆଉ ଏକ ଫଟୋ ମଧ୍ୟ ସେଆର କରିଛନ୍ତି ଯେଉଁଥିରେ ସେ ଗଛରେ ପାଣି ଦେଥିବାରର ନଜର ଆସିଥିଲେ । କିନ୍ତୁ ଗତ କିଛି ଦିନ ତଳେ ବେବି ବମ୍ପ ସହ ଫଟୋ ସେଆର କରିଥିଲେ । ସେଥିରେ ତାଙ୍କୁ ୟୁଜର୍ସମାନେ ଅନେକ ପ୍ରଶ୍ନର ଲମ୍ବା ଧାଡ଼ି କରି ପଚାରିଥିଲେ । ସେହି ଫଟୋରେ ଜଣେ ୟୁଜର୍ସ କହିଥିଲା କି ବେବି ବମ୍ପକୁ କାହିଁକି ଲୁଚାଉଛ । ଆଉ ଜଣେ କହିଥିଲେ କି ଏ ସନ୍ତାନଟି କାହାର ?

nushrat jahan

କିନ୍ତୁ ବର୍ତ୍ତମାନ ନୁସରତ ଜାହାଁକୁ ଆହୁରୁ ବହୁତ କିଛି ଶୁଣିବାକୁ ମିଳିଛି । ସେ ନିକଟରେ ଏକ ବିଜ୍ଞାପନ କରିବା ସମୟରେ ଏକ ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଥିଲେ । ଯେଉଁଥିରେ ନୁସରତ୍ଏକ ଗର୍ଭନିରୋଧକ ଔଷଧର ବିଜ୍ଞାପନରେ ନଜର ଆସିଛନ୍ତି । ତେବେ ଏହି ଫଟୋରେ ନୁସରତଙ୍କ ମଥାରେ ସିନ୍ଦୁର ପିନ୍ଧିଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଓ ୟୁଜର୍ସମାନେ ଭଡ଼କି ଉଠିଛନ୍ତି । ଏହି ସୁନ୍ଦରକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଏଥିପାଇଁ ତାଙ୍କୁ ଅନେକ କଥା ମଧ୍ୟ ଶୁଣିବାକୁ ମିଳିଛି । ତେବେ ତାଙ୍କୁ କିଛି ୟୁଜର୍ସ କହିଛନ୍ତି କି.. ଯଦି ଆପଣ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି କହୁଛନ୍ତି କି ଏହି ବିବାହ ବିବାହ ନୁହେଁ ତେବେ ସିନ୍ଦୁର ପିନ୍ଧୁଛନ୍ତି କାହିଁକି.. ଏ କଣ ସିନ୍ଦୁରର ଅପମାନ ନୁହେଁ କି । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ତୁମେ ସିନ୍ଦୁର ଲଗାଇ ବିଜ୍ଞାପନ କାହିଁକି କରୁଛ? ଏହା ସହ ସେ ସିନ୍ଦୁରକୁ ନେଇ ଅପମାନିତ କରିବା ସହ ହିନ୍ଦୁମାନଙ୍କ ଭାବନାକୁ ନେଇ ଆଘାତ କରୁଛ ମଧ୍ୟ କହି ଅନେକ କଥା ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ ତାଙ୍କର ବିବାହ ବିଷୟରେ ଖୁଲାସା ହେବା ପରେ ନୁସରତଙ୍କର ଗର୍ଭବତୀ ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ନିଖିଲ ମଧ୍ୟ କହିଥିଲେ କି ନୁସରତ ତାଙ୍କ ଠାରୁ ୬ମାସ ହେବ ଅଲଗା ରହୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ମତେ ସେ ପିଲା ବିଷୟରେ କିଛି ଜଣା ନାହିଁ । ଯଦି ସେମିତି କିଛି ଅଛି ତେବେ ସେହି ପିଲାଟି ମୋର ନୁହେଁ । ଏହା ପରେ ନୁସରତ ଜାହାଁ ଯେତେବେଳେ କହିଥିଲେ କି ତାଙ୍କର ନିଖିଲଙ୍କର ବିବାହ ଭାରତରେ ହୋଇ ନାହିଁ କି ଏ ବିବାହ ବୈଧ ନୁହେଁ । ତେବେ ଛାଡ଼ପତ୍ର କିପରି ହେବ । ଅନ୍ୟପଟେ ନୁସରତ୍ ସୋସିଆଲ ମିଡିଆରୁ ତାଙ୍କର ବିବାହର ସମସ୍ତ ଫଟୋକୁ କାଟି ଦେଇଛନ୍ତି ।

Get real time updates directly on you device, subscribe now.