fbpx

ଶରୀରର ପ୍ରୋଟିନ୍‌ ଅଭାବ ଥିଲେ ଏମିତି ସଂକେତ ଦେଖାଦିଏ, ଜାଣନ୍ତୁ ଆମ ଶରୀର ପାଇଁ ଦୈନିକ କେତେ ପ୍ରୋଟିନ ଆବଶ୍ୟକ

ପ୍ରୋଟିନ କେବଳ ଆମ ମାଂସପେଶୀକୁ ମଜବୁତ ବନାଏନାହିଁ, ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ। ପ୍ରୋଟିନ ଆଣ୍ଟିବଡିଜ୍‌ ବନାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଯାହା ଇନଫେକ୍ସନ ଏବଂ ରୋଗରୁ ଲଢିବା ପାଇଁ କାମ କରିଥାଏ। ତେବେ ଶରୀରେ ଅନେକ ଲକ୍ଷଣ ଅଛି ଯାହା ସୂଚୀତ କରିଥାଏ ଯେ, ଶରୀରରେ ପ୍ରୋଟିନ କମ ରହିଛି। ଯାହାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ । ପ୍ରୋଟିନ ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ ଯାହା ଏସିଡ୍ ସହ ମିଶି ବନିଥାଏ। ଶରୀରକୁ ସୁଚାରୁ ରୂପରେ ଚଳାଇବା ପାଇଁ ବହୁ ପରିମାଣର ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ। ପ୍ରୋଟିନ ତା ମଧ୍ୟରୁ ଅନ୍ୟତମ ଅଟେ। କୁହାଯାଏ ଯେ, ଏକ ବୟଷ୍କ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀର ପାଇଁ ୮ଗ୍ରାମ ପ୍ରୋଟିନ ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ କେଉଁ ଲକ୍ଷଣରୁ ଦେଖାଯାଏ।

♦ ପ୍ରୋଟିନ ଅଭାବ ହେଲେ ଦୁର୍ବଳ, ଥକାପଣ ଏବଂ ମାଂଶପେଶୀ କଷ୍ଟର ସାମ୍ନା କରିବାକୁ ପଡିଥାଏ। ଏହା ଏଥିପାଇଁ କାରଣ ଯେତେବେଳେ ଶରୀରରେ ପ୍ରୋଟିନର ମାତ୍ରା କମ ହୋଇଥାଏ ସେତେବେଳେ ଶରୀରରେ କଙ୍କାଳର ମାଂସପେଶୀର ଆବଶ୍ୟକ ପୁରା କରିଥାଏ। ସମୟ ସହିତ ଏଥିରେ ମାଂସପେଶୀର କ୍ଷତି ପହଁଚାଇବା ଆରମ୍ଭ ହୋଇଥାଏ। ଯେଉଁଥିପାଇଁ ଧିରେଧିରେ ଶରୀରର ଶକ୍ତି କମ ହେବାରେ ଲାଗିଥାଏ ଏବଂ ମେଟାବଲିଜିମ ମଧ୍ୟ ସ୍ଲୋ ହୋଇଯାଏ। ସେଥିପାଇଁ ଦୁର୍ବଳ ଏବଂ ଥକାପଣର ସାମ୍ନା କରିବାକୁ ପଡିଥାଏ।

♦ ଶରୀରେ କୌଣସି ଦୁର୍ଘଟଣା ଜନିତ ଖଣ୍ଡିଆ ହୋଇଥିଲେ ପ୍ରୋଟିନ ଅଭାବ ଥିଲେ ତାହା ଶୀଘ୍ର ଶୁଖିନଥାଏ। ଏହାର ଅଭାବ କାରଣରୁ ନୂତନ କୋଷିକା ବନିବା ପାଇଁ ସମୟ ଲାଗିଥାଏ।

♦ ଯଦି ଆପଣଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ହେଉଛି ବା ଅନ୍ୟାନ୍ୟ ସମୟରେ ଖାଦ୍ୟ ଖାଇବା ପାଇଁ ଭୋକ ହେଉଛି ତେବେ ଏହା ଶରୀରରେ ପ୍ରୋଟିନ କମର ଏକ ସଂକେତ ଦେଇଥାଏ। ପ୍ରୋଟିନ ଏପରି ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯାହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକରୁ ରକ୍ଷା କରିଥାଏ।

♦ ଶରୀରରେ ପ୍ରୋଟିନ କମ କାରଣରୁ ସମୟ-ସମୟରେ ରୋଗ ମଧ୍ୟ ହୋଇଥାଏ। ରୋଗପ୍ରତିରୋଧକ ସିଷ୍ଟମ ପାଇଁ ପ୍ରୋଟିନ ବହୁ ପରିମାଣରେ ଆବଶ୍ୟକ ବୋଲି ଧରାଯାଏ। ଏହା ଆପଣଙ୍କୁ ଭାଇରସ ଏବଂ ବ୍ୟାକ୍ଟେରିଆ ଠାରୁ ଦୂର ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଇମ୍ୟୁନ୍ସ ସେଲ୍ସ ନିଜର ଏସିଡ୍‌ ସହ ମିଶି ତିଆରି ହୋଇଥାଏ। ଏହି ପ୍ରୋଟିନର ସେବନ ଠିକ ପରିମାଣରେ କରିଲେ ଆପଣଙ୍କ ଶରୀର ଭାଇରସ ଏବଂ ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବ।

♦ ଶରୀରରେ ପ୍ରୋଟିନ ଅଭାବ କାରଣରୁ ନଖ, ଚର୍ମ ଏବଂ ଛୁଟି ଉପରେ ପଡିଥାଏ । ପ୍ରୋଟିନ ଅଭାବ ହେବା ଦ୍ୱାରା ଦୁର୍ବଳ ନଖ, ଡ୍ରାଏ ସ୍କିନ ଏବଂ ପତଳା କେଶ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

Get real time updates directly on you device, subscribe now.