fbpx

ଶରୀରରେ ଏପରି ପରିବର୍ତ୍ତନ ଦେଖୁଥିଲେ ହୋଇଯାଅ ସାବଧାନ୍: ଗ୍ରାସିପାରେ ଏହି ରୋଗ

ନୂଆଦିଲ୍ଲୀ: ଶରୀରରେ କିଛି ବି ପରିବର୍ତ୍ତନ ଆସୁଛି ବା ଆସିବାକୁ ଯାଉଛି, ତେବେ ଶରୀର ଏହାର ସଙ୍କେତ ଦେଇଥାଏ । କିନ୍ତୁ ସଠିକ୍ ସୂଚନା ନଥିବା କାରଣରୁ ଶରୀର ଦ୍ୱାରା ଦିଆଯାଉଥିବା ଲକ୍ଷଣଗୁଡ଼ିକୁ ଆମେ ବୁଝିପରି ନଥାଉ । ସେହିପରି ଶରୀରରେ ଭିଟାମିନ୍ ‘A’ର ଅଭାବ ହେଲେ ଚେହେରାରେ ବ୍ରଣ, ଦାଗ ଦେଖାଯିବା ଆରମ୍ଭ ହୋଇଥାଏ ଏବଂ ଚର୍ମ ଶୁଷ୍କ ହୋଇଯାଏ । ଏହା ସହ ଦୃଷ୍ଟି ଶକ୍ତି ହ୍ରାସ ହେବାକୁ ଲାଗିଥାଏ ଏବଂ କାମ କରିବା ସମୟରେ ଥକ୍କା ଲାଗିଥାଏ । ଏହାର ପ୍ରଭାବ ଆପଣଙ୍କ କେଶ ଏବଂ ନଖ ଉପରେ ମଧ୍ୟ ପଡ଼ିଥାଏ ।

ଭିଟାମିନ୍ ‘ଏ’ର ଅଭାବ ହେତୁ ରୋଗ:-
ଶରୀରରେ ଭିଟାମିନ୍ ଏ ର ଅଭାବ ଆଖି ଉପରେ ଅଧିକ ପ୍ରଭାବ ପକାଇଥାଏ, ଯେଉଁଥିରେ ରାତିରେ ଦେଖାନଯିବା, ଆଖିର ଧଳା ଅଂଶରେ ଦାଗ ଏବଂ କର୍ଣ୍ଣିଆ ଶୁଖିବାକୁ ଲାଗିଥାଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଆପଣ ସ୍ଥାୟୀ ଭାବରେ ଅନ୍ଧ ହୋଇପାରନ୍ତି । ଏହା ସହିତ ଭିଟାମିନ୍ ଏ ର ଅଭାବ ଯୋଗୁଁ ଚର୍ମରେ ଶୁଷ୍କତା, ଗଳା ସଂକ୍ରମଣ, ହାଡର ଦୁର୍ବଳତା ଏବଂ ମହିଳାମାନଙ୍କ ଗର୍ଭଧାରଣରେ ଅସୁବିଧା ଭଳି ସମସ୍ୟା ହୋଇଥାଏ ।

ଉପାୟ:-
ଶରୀରରେ ଭିଟାମିନ୍ ଏ ର ଅଭାବକୁ ପୂରଣ କରିବା ପାଇଁ ଆପଣଙ୍କୁ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ । ଯଦି ଭିଟାମିନ୍ ଏ ର ଅଭାବ ଥାଏ, ତେବେ ଆମେ ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ କାରଣ ଏଥିରେ ଭିଟାମିନ୍ ‘ଏ’ ପ୍ରଚୁର ପରିମାଣରେ ମିଳିଥାଏ । ଏଥିପାଇଁ ଆପଣ ଅଣ୍ଡା, ଫୋର୍ଟିଫାଇଡ ଶସ୍ୟ ମଧ୍ୟ ଖାଇବା ଉଚିତ୍ । କ୍ଷୀରରେ ଭିଟାମିନ୍ ଏ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଏହା ସହିତ ଆପଣ ଗାଜର, ହଳଦିଆ କିମ୍ବା କମଳା ପନିପରିବା, ଶାଗ, କନ୍ଦମୂଳ, ଭଣ୍ଡା, ଦହି, ସୋୟାବିନ୍ ଓ ଅନ୍ୟାନ୍ୟ ପତ୍ରଯୁକ୍ତ ସବୁଜ ପନିପରିବା ସାମିଲ ରହିଛି ।

Get real time updates directly on you device, subscribe now.