ଗୃହରେ ପାରିତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫, ଏଣିକି ଜୁଆ ଖେଳି ଧରାପଡିଲେ ଗଣିବେ ୭୫ ହଜାର ଟଙ୍କା

ଜୁଆ ରୋକିବାକୁ ସରକାରଙ୍କ ନୂଆ ନିୟମ, ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜୋରିମାନା

ଭୁବନେଶ୍ୱର: ବିଧାନସଭା ଚତୁର୍ଥ ଦିନରେ ପାରିତ ହେଲା ଓଡ଼ିଶା ଜନ ବିଶ୍ୱାସ ବିଲ ୨୦୨୫ । ବିଲକୁ ବିଚାର ଓ ପାରିତ କରିବା ପାଇଁ ଲମ୍ବା ସମୟ ଧରି କ୍ଲଜ୍ ୱାଇଜ ଆଲୋଚନା ହୋଇଥିଲା। ବିଲ ପାରିତ ସମୟରେ ବିରୋଧ କରିବା ସହ କକ୍ଷ ତ୍ୟାଗ କରିଥିଲେ ବିରୋଧୀ।

ଜୁଆ ଖେଳି ଧରା ପଡିଲେ ଗଣିବେ ମୋଟା ଆଙ୍କର ଜରିମାନା। ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର। ପୂର୍ବରୁ ଥିବା ଜେଲ ଦଣ୍ଡ ଉଠାଇ ଏବେ ଥିବା ଜରିମାନାକୁ ବୃଦ୍ଧି କରିଛନ୍ତି ସରକାର। ଜରିମାନା ୧୦୦ ଟଙ୍କା କୁ ୨୫ ହଜାର, ୧ହଜାର ଟଙ୍କା କୁ ୭୫ ହଜାର ବୃଦ୍ଧି କଲେ ସରକାର। ବିଧାନସଭାରେ ଓଡିଶା ଜନ ବିଶ୍ଵାସ ବିଲ ୨୦୨୫ ଅନୁମୋଦନ ପରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ସର୍ବସାଧାରଣ ବଜାର, ମେଳା, ରାସ୍ତାରେ କୌଣସି ପ୍ରକାର ଜୁଆ ଖେଳକୁ ବରଦାସ୍ତ କରାଯିବନି ।

ଏହି ବିଲରେ ୯ ଟି ବିଭାଗର ୧୬ ଟି ମୂଳ ରାଜ୍ୟ ଆଇନରେ ସଂଶୋଧନ କରାଯାଇଛି। ସର୍ବସାଧାରଣ ବଜାର, ମେଳା, ରାସ୍ତାରେ କୌଣସି ପ୍ରକାର ଜୁଆ ଖେଳ କୁ କରାଯିବନି ବରଦାସ୍ତ। କୌଣସି ପଶୁ ପକ୍ଷୀଙ୍କୁ ଲଢେଇ କରୁଥିବା ବ୍ୟକ୍ତି ଏବଂ ଲଢେଇରେ ସାହାଯ୍ୟ କରୁଥିବା ବ୍ୟକ୍ତି ଗଣିବେ ଜରିମାନା। ଏଣିକି ସରକାରଙ୍କ ଯେ କୌଣସି ଅଧିକାରୀ ଏ ସବୁ ଖେଳରେ ସମ୍ପୃକ୍ତି ଥିବା ଏବଂ ପ୍ରବତାଉ ଥିବା ବ୍ୟକ୍ତି ଙ୍କୁ ବିନା ବିଳମ୍ବ ରେ ସବ -ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରେ ହଜାର କରିପାରିବେ।