fbpx

ନୂଆ ନୂଆ ପ୍ରେମ କରୁଥିଲେ ଏହି ୫ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ; ସମ୍ପର୍କ ସୁଦୃଢ ହେବ

ଆଜିକାଲି ଯୁବପିଢି ପ୍ରେମରେ ପଡିବା ସ୍ୱାଭାବିକ କଥା କିନ୍ତୁ ଅଧିକ ଯତ୍ନଶୀଳ ଗୁଣ ଯୋଗୁଁ ଅଧିକାଂଶ ସମୟରେ ଝଗଡା ହୋଇଥାଏ । ଯାହଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥାଏ । ତେଣୁ ଏ ବିଷୟରେ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଆଲୋଚନା କରିଛନ୍ତି । ତାଙ୍କ ନୀତିଶାସ୍ତ୍ରରେ ଏଭଳି କିଛି ଉଲ୍ଲେଖ ରହିଛି, ଯାହାକୁ ଅନୁସରଣ କରିବା ଦ୍ୱାରା ପ୍ରେମ ସମ୍ପର୍କ ମଧୁର ହୋଇଥାଏ । ଯେପରିକି,

ସମ୍ପର୍କରେ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବା ଉଚିତ୍ । କାରଣ ପରସ୍ପର ସାଥିଙ୍କ ଠାରୁ ସମ୍ମାନ ଆଶା କରିଥାନ୍ତି । ତେଣୁ ଦୁହେଁ ଦୁହିଁଙ୍କ ଆତ୍ମସମ୍ମାନକୁ କେବେ ହେଲେ ଆ ଆସିବାକୁ ଦିଅନ୍ତୁ ନାହିଁ । କାରଣ ଆଦର ସମ୍ମାନ କମିଲେ ସମ୍ପର୍କ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଥାଏ ।

ପ୍ରେମରେ ପଡିଥିବା ଦୁଇଟି ଲୋକଙ୍କ ମନରେ ପରସ୍ପର ପ୍ରତି ଅତୁଟ ବିଶ୍ୱାସ ରହିବା ଉଚିତ୍ । କାରଣ ବିଶ୍ୱାସ ଯେଉଁ ସମ୍ପର୍କରେ ବିଶ୍ୱାସ ଥାଏ, ସେ ସବୁ ପରିସ୍ଥିତିରେ ଲଢିବାରେ ସଫଳ ହୋଇଥାଏ । ଏହା ସହିତ ସମ୍ପର୍କରେ ସ୍ୱାଧୀନତା ରହିବା ମଧ୍ୟ ନିହାତି ଆବଶ୍ୟକ ।

ସମ୍ପର୍କରେ କେବେ ଦେଖେଇ ହୁଅନ୍ତୁ ନାହିଁ । କାରଣ ଭଲପାଇବାରେ ଦେଖେଇ ହେବା ଗୁଣ ରହିବା ଠିକ୍ ନୁହେଁ । ଚାଣକ୍ୟଙ୍କ ମତରେ ପ୍ରେମ ନିର୍ମଳ ଓ ଯେଉଁମାନେ ଦେଖେଇ ହୁଅନ୍ତି ସେମାନେ ସ୍ୱାର୍ଥୀ ହୋଇଥାନ୍ତି । ତେଣୁ ସର୍ବଦା ପ୍ରମରେ ସମର୍ପଣ ଭାବ ବାଜାୟୀ ରଖନ୍ତୁ ।

Get real time updates directly on you device, subscribe now.