fbpx

ଯଦି ପାଖରେ ଅଛି ଭାରତର ଡ୍ରାଇଭିଂ ଲାଇସେନ୍ସ, ତେବେ ଏହି ୧୫ଟି ଦେଶରେ ଚଳାଇପାରିବେ ଗାଡ଼ି

ନୂଆଦିଲ୍ଲୀ: ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ରଖିଥିବା ଲୋକଙ୍କ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆପଣ ମାନେ ଏହା ଜରିଆରେ ଭାରତରେ ତ ଗାଡ଼ି ଚଳାଇ ପାରିବେ, ଏହା ସହିତ ଦେଶ ବାହାରେ ମଧ୍ୟ ଗାଡ଼ି ଚଳାଇପାରିବେ । ଆପଣ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ଜରିଆରେ ବିଦେଶରେ ମଧ୍ୟ ଚଳାଇପାରିବେ ଗାଡ଼ି । ବିଶ୍ୱର ଏପରି କିଛି ଦେଶ ରହିଛି ଯେଉଁଠାରେ ଭାରତର ଡ୍ରାଇଭିଂ ଲାଇସେନ୍ସ ବୈଧ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଦେଶରେ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ସାହାଯ୍ୟରେ ଚଳାଇପାରିବେ ଗାଡ଼ି ।

ସେଗୁଡ଼ିକ ହେଲା; ଆମେରିକା, ନ୍ୟୁଜିଲାଣ୍ଡ, ଜର୍ମାନୀ, ଭୁଟାନ୍, କାନାଡ଼ା, ଅଷ୍ଟ୍ରେଲିୟା, ବ୍ରିଟେନ୍, ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ସିଙ୍ଗାପୁର, ଫିନଲ୍ୟାଣ୍ଡ, ମରିସସ୍ ଓ ନରୱେ । ଆମେରିକାରେ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ଜରିଆରେ ଆପଣ ୧ ବର୍ଷ ପର୍ଯ୍ୟନ୍ତ ଗାଡ଼ି ଚଳାଇପାରିବେ । ହେଲେ ଆପଣଙ୍କ ଡକ୍ୟୁମେଣ୍ଟ ସବୁ ସଠିକ୍ ଏବଂ ଇଂରାଜୀ ଭାଷାରେ ଲେଖାଥିବା ଦରକାର । ଡିଏଲ୍ ସହିତ ଆପଣଙ୍କୁ ୧-୯୪ ଫର୍ମ ନେବାକୁ ପଡ଼ିବ ଯେଉଁଥିରେ ଆପଣ ୟୁଏସ୍ ରେ କେବେ ଏଣ୍ଟ୍ରି କରିଥିଲେ ସେହି ତାରିଖ ରହିଥିବା ଦରକାର ।

ଏହାସହିତ ନ୍ୟୁଜିଲାଣ୍ଡରେ ମଧ୍ୟ ଆପଣ ଏକ ବର୍ଷ ପର୍ଯ୍ୟନ୍ତ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ସହାୟତାରେ ଗାଡ଼ି ଚଳାଇ ପାରିବେ । ଜର୍ମାନୀରେ ୬ ମାସ ପର୍ଯ୍ୟନ୍ତ ଡ୍ରାଇଭ୍ କରିପାରିବେ । କାନାଡ଼ାରେ ଆପଣ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ସହାୟତାରେ ଗାଡ଼ି ଚଳାଇପାରିବେ । ଏଠାରେ ଡାହାଣ ପଟରେ ଗାଡ଼ି ଚଳାଯାଇଥାଏ । ସେହିପରି ଅଷ୍ଟ୍ରେଲିୟାରେ ଆପଣ ତିନି ମାସ ପର୍ଯ୍ୟନ୍ତ ଚଳାଇପାରିବେ ଗାଡ଼ି । ତେବେ ଏଥିପାଇଁ କିଛି ନିୟମକାନୁନ ଓ ସର୍ତ୍ତାବଳୀ ରହିଛି । ବ୍ରିଟେନ, ଫିନଲ୍ୟାଣ୍ଡ ଓ ସ୍ୱିଜରଲ୍ୟାଣ୍ଡରେ ଏକ ବର୍ଷ ପର୍ଯ୍ୟନ୍ତ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ଜରିଆରେ ଗାଡ଼ି ଚଳାଇପାରିବେ । ଫିନଲ୍ୟାଣ୍ଡରେ ଗାଡ଼ି ଚଳାଇବା ପାଇଁ ଡିଏଲ୍ ସହିତ ହେଲଥ୍ ଇନ୍ସ୍ୟୁରାନ୍ସ ରହିବା ଜରୁରୀ ।

 

Get real time updates directly on you device, subscribe now.