fbpx

ଉଚ୍ଚ ରକ୍ତଚାପ ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ; ହାଇ ବିପି ନିୟନ୍ତ୍ରଣ କରିବା ସହ ମିଳିବ ଅନେକ ଫାଇଦା

ଆଜି କାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନେକ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ତେବେ ଏହି ସବୁ ସମସ୍ୟା ମଧ୍ୟରେ ମଧୁମେହ, ମେଦବହୁଳତା , ଉଚ୍ଚରକ୍ତ ଚାପ, ହୃଦଘାତ ଜନିତ ସମସ୍ୟା ଆଦି ସଧାରଣ ରୋଗ ହୋଇଗଲାଣି । ଏହିସବୁ ସମସ୍ୟା ବର୍ତ୍ତମାନ ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଁ ସମସ୍ତ ଠାରେ ଦେଖିବାକୁ ମଳୁଛି । ତେବେ ଏହି ଗୋରମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ମଧ୍ୟ ସାମିଲ ରହିଛି । ଯାହାକୁ ହାଇପରଟେସନ୍ ବୋଲି ମଧ୍ୟ କୁହାଯାଏ । ଏହି ସମସ୍ୟା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ଲୋକ ଔଷଧ ମଧ୍ୟ ସେବନ କରନ୍ତି । କିନ୍ତୁ ପ୍ରତିଥର ଔଷଧ ଖାଇବା ଦ୍ୱାରା ବିପି ନିୟନ୍ତ୍ରଣରେ ରହିବା ସମ୍ଭବ ନୁହେଁ । ହାଇ ବିପି ରହିବା ଏକ ବିପଜ୍ଜନକ ସମସ୍ୟା । ଯାହା ହୃଦଘାତ, ଷ୍ଟ୍ରୋକ୍ ଇତ୍ୟାଦି ଜୀବନ ନେବା ଭଳି ସମସ୍ୟା ସୃଷ୍ଟି କରେ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କିଛି ଘରୋଇ ଉପାୟ ମଧ୍ୟ ରହିଛି । ଯାହା ଦ୍ୱାରା ଅତି ସହଜରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ତେବେ ହାଇ ବିପିକୁ ନିୟନ୍ତ୍ରଣ କରିବା ଅନେକ କିଛି ଉପାୟ ରହିଥିବା ବେଳେ କିଛି ଘରୋଇ ଉପାୟ ମଧ୍ୟ ରହିଛି । ଯାହାଦ୍ୱାରା ଏହି ସମସାୟକୁ ସହଜରେ ରୋକି ହେବ । ଏତିସହିତ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବ । ଆୟୁର୍ବେଦ ଅନୁଯାୟୀ, ଯେଉଁ ବ୍ୟକ୍ତିମାନଙ୍କର ହାଇ ବିପି ରହିଛି ସେମାନେ ପ୍ରତିଦିନ ଏକ କପ୍ ପିଆଜ ଚା’ ପିଇବା ଉଚିତ୍ । ଏହା ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । କାରଣ ପିଆଜରେ ଫ୍ଲାଭୋନୋଲ ଏବଂ ହାଇ କ୍ୱେରେସିଟିନ୍ ନାମକ ଏକ ପିଗମେଣ୍ଟଥାଏ । ଯାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ କିଛି ରିସର୍ଚରରୁ ଏହା ମଧ୍ୟ ଜଣାପଡିଛି ଯେ ପିଆଜ କିମ୍ବା ପିଆଜ ଚା ମଧ୍ୟ ଆପଣଙ୍କୁ ହୃଦରୋଗରୁ ମଧ୍ୟ ଦୂରେଇ ରଖେ ।

ଆସନ୍ତୁ ଜାଣିବା ପିଆଜ ଚା’ ତିଆରି କରିବାର ସହଜ ଉପାୟ: ପିଆଜ ଚା’ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ପାଣି ଫୁଟାନ୍ତୁ । ଏହା ପରେ କଟା ପିଆଜ, କଟା ରସୁଣ, ଲବଙ୍ଗ ଏବଂ ତେଜ ପତ୍ରକୁ ଫୁଟୁଥିବା ପାଣିରେ ମିଶାନ୍ତୁ । ଏହି ସମସ୍ତ ସାମଗ୍ରୀକୁ କିଛି ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ । ପରେ ଗୋଟିଏ ପାତ୍ରରେ ଏହାକୁ ଛାଣି କପ ବାହାର କରି ସ୍ୱାଦ ଅନୁସାରେ ମହୁ ଏବଂ ଡାଲଚିନି ପାଉଡର ମିଶାନ୍ତୁ । ଏହାପରେ ପ୍ରତିଦିନ ସକାଳେ ଏହି ଚା’ ପିଅନ୍ତୁ, ଏହା ଆପଣଙ୍କୁ ଏନର୍ଜିଟିକ୍ ରଖିବା ସହିତ ଆପଣଙ୍କ ବିପିକୁ ମଧ୍ୟ ନିୟନ୍ତ୍ରଣରେ ରଖିବ ।

Get real time updates directly on you device, subscribe now.