fbpx

ଥାଇରଏଡ୍ ହୋଇଥିଲେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ସ୍ଥିତି ସାଂଘାତିକ ହେବାର ରହିଛି ସମ୍ଭାବନା

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ ଅନେକ ଲୋକଙ୍କ ଠାରେ ଥାଇରଏଡ୍ ହୋଇଥିବା ଦେଖିବାକୁ ମିଳେ । ଏହା ଦ୍ୱାରା ସଂକ୍ରମିତ ହେବା ଫଳରେ ଥାଇରଏଡ୍ ସଂକ୍ରମିତ ମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥାନ୍ତି । ଥାଇରଏଡ୍ ହେଉଛି ଏକ ଗ୍ରନ୍ଥୀ । ଯାହା ଗଳାରେ ରହଥାଏ । ଶରୀରର ମେଟାବୋଲିଜିମ୍ ପ୍ରକ୍ରିୟାରେ ଏହାର ବିଶେଷ ଯୋଗଦାନ ରହିଥାଏ । ଏହା ବ୍ୟତୀତ ଥାଇରଏଡ୍ ହରମୋନ୍ ର କାମ ହେଉଛି ରକ୍ତରେ ଶର୍କରା, କୋଲୋଷ୍ଟ୍ରୋଲ୍ ମାତ୍ରାକୁ କମ୍ କରିବା, ହୃଦୟ ଗତି ଓ ରକ୍ତାଚାପ କୁ ନିୟନ୍ତ୍ରଣ କରିଥାଏ । ହେଲେ ଆଜି କାଲି ଶୁଣିବାକୁ ମିଳେ ଯେ, ଥାଇରଏଡ୍ ହେଲେ ଓଜନ ବଢ଼ିଯାଏ ।

ପ୍ରକୃତରେ ଥାଇରଏଡ୍ ଗ୍ରନ୍ଥୀରେ ଯେତେବେଳେ ସମସ୍ୟା ଦେଖାଯାଏ ସେହି ସମୟରେ ଶରୀରରେ ସମସ୍ୟା ଦେଖାଦିଏ । ଓଜନ ଅନେକଙ୍କର ଏହି କାରଣରୁ ବଢ଼େ । ବିଶେଷ କରି ମହିଳା ମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ତେଣୁ ଏହି ସମସ୍ୟାକୁ ମୁକ୍ତି ପାଇବାକୁ ଆପଣ ମାନେ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ହେବ । ଖାଇବା ପିଇବା ରେ ସାଧାରଣ ପରିବର୍ତ୍ତନ ଆଣିବାକୁ ହେବ ।

ଥାଇରଏଡ୍ କମ୍ ହୋଇଥିଲେ କଣ ଖାଇବେ ?

କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଯେପରିକି ଅଙ୍ଗୁର, ବ୍ରୋକଲୀ, ବିନ୍ସ, ଗାଜର୍, ଫୁଲକୋବି ଇତ୍ୟାଦି । ସବୁଜ ପନିପରିବା ଯେମତିକି ଭେଣ୍ଡି, ଟମାଟ, ବାଇଗଣ, କଲରା, ଲାଉ, ପାଳଙ୍ଗଶାଗ ଇତ୍ୟାଦି । ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେମିତି ଡାଲି, ଦହି, ମାଛ, ଚିକେନ୍ ଆଦି ଖାଆନ୍ତୁ ।

କଣ ଖାଇବେ ନାହିଁ?

ସୋୟାବିନ୍ ବା ସୋୟା ଯୁକ୍ତ ଖାଦ୍ୟ ପଦାର୍ଥ । ଅଧିକ ଫ୍ୟାଟ୍ ଯୁକ୍ତ ଖାଦ୍ୟ ଯେମତିକି ପାସ୍ତା, ବ୍ରେଡ୍, କେକ୍, ପେଷ୍ଟ୍ରୀ, ବର୍ଗର୍ ଆଦି ଖାଆନ୍ତୁ ନାହିଁ । ଏଥିସହିତ ଚିନିଥିବା ଖାଦ୍ୟ ବି ଖାଆନ୍ତୁ ନାହିଁ ।

ଥାଇରଏଡ୍ ବଢ଼ିଲେ କଣ ଖାଇବେ ?

ହାଇ କ୍ୟାଲୋରୀ ଥିବା ଖାଦ୍ୟ ଖାଇବା ଭଲ । ଯେମତିକି ପନୀର୍, କଦଳୀ, ଖଜୁରୀ, କ୍ରୀମ୍ କ୍ଷୀର ଇତ୍ୟାଦି । ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେମିତିକି ଡାଲି, ରାଜମା, ଦହି, ଅଣ୍ଡା, ମାଛ । ଏଥିସହିତ ବାଦାମ, ଅଖରୋଟ୍, ପିସ୍ତା, ମକା ବି ଖାଇପାରିବେ ।

ଥାଇରଏଡ୍ ବଢ଼ିଲେ କଣ ଖାଇବେ ନାହିଁ:

ଆୟୋଡିନ୍ ଯୁକ୍ତ ଖାଦ୍ୟ କମ୍ ମାତ୍ରାରେ ଖାଆନ୍ତୁ କିମ୍ବା ଆଦୌ ନୁହେଁ , ଜଙ୍କ୍ ଫୁଡ୍ ଜମାବି ଖାଆନ୍ତୁ ନାହିଁ । ଖାଇବା ପୂର୍ବରୁ ପାଣି ଅବା କୌଣସି ପ୍ରକାର ପାନୀୟ ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.