ଦୀପାବଳିରେ ଏମାନଙ୍କୁ ଦେଖୁଛନ୍ତି? ମିଳିବ ମା’ଙ୍କ ଆର୍ଶୀବାଦ, ହେବ ଧନ ବର୍ଷା !

ଦୀପାବଳିରେ ଏମାନଙ୍କୁ ଦେଖୁଛନ୍ତି? ମିଳିବ ମା'ଙ୍କ ଆର୍ଶୀବାଦ

ଭୁବନେଶ୍ଵର: ଦେଶର ଏକ ପ୍ରମୁଖ ପର୍ବ ଦୀପାବଳି ଆସିବାରେ ଆଉ ମାତ୍ର କିଛି ହିଁ ଦିନ ବାକି ଅଛି। ମାନ୍ୟତା ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରି ଥାଆନ୍ତି ଏବଂ ବର୍ଷ ସାରା ପରିବାରରେ ହସ, ଖୁସି ଲାଗି ରହିଥାଏ। ଏହି କାରଣରୁ ମା’ ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଲୋକେ ନିଜ ଘରଦ୍ୱାରକୁ ସଫାସୁତରା କରିବାରେ ଲାଗି ପଡ଼ି ଥାଆନ୍ତି। ଶକୁନ ଶାସ୍ତ୍ର ମୁତାବକ, ଯଦି ଦୀପାବଳି ରାତିରେ କିଛି ପ୍ରାଣୀ ଆପଣଙ୍କ ଘର ସାମ୍ନାରେ କିମ୍ବା ଆଖପାଖ ଅଞ୍ଚଳରେ ନଜର ଆସୁଛନ୍ତି, ତା’ହେଲେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଧରାଯାଏ। ଆସନ୍ତୁ ଜାଣିବା, ସେମାନେ କେଉଁ ସବୁ ପ୍ରାଣୀ, ଯେଉଁମାନଙ୍କୁ ଦୀପାବଳି ରାତିରେ ଦେଖିବା ବହୁତ ଶୁଭ ହୋଇଥାଏ।

ଧଳା ପେଚା: ଯଦି ଆପଣ ଦୀପାବଳି ଦିନ ଏକ ଧଳା ପେଚା ଦେଖନ୍ତି, ତେବେ ବୁଝନ୍ତୁ ଯେ ଆପଣଙ୍କ ଜୀବନରେ ଏକ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଧନ ହେଉଛି ଲକ୍ଷ୍ମୀ ଆଉ ତାଙ୍କର ବାହନ ହେଉଛି ପେଚା । ଏହା ଦେଖିବା ଅର୍ଥ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଆସିବାକୁ ଯାଉଛି । ଏହାକୁ ଦେଖିବାର ଅର୍ଥ ହେଉଛି ଆପଣ ପ୍ରକୃତରେ ଦେବୀ ଲକ୍ଷ୍ମୀଙ୍କୁ ଦେଖିଛନ୍ତି ।

ବିଲେଇ: ଘରେ ବିଲେଇଙ୍କ ଆଗମନ ମଧ୍ୟ ଆର୍ଥିକ ଲାଭର ସଙ୍କେତ ବୋଲି କୁହାଯାଏ। ତେଣୁ ଦୀପାବଳିରେ ବିଲେଇ ଦେଖିଲେ ଦେବୀ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଭାବରେ ବିବେଚନା କରାଯାଏ। ଦୀପାବଳି ରାତିରେ ଏକ ବିଲେଇର ଦୃଶ୍ୟ ଦେବୀ ଲକ୍ଷ୍ମୀଙ୍କ ଆଗମନ ଏବଂ ଆଗାମୀ ଦିନରେ ଧନ ପ୍ରାପ୍ତି ସୂଚାଇଥାଏ ।

ଝିଟିପିଟି: ପ୍ରାୟତଃ ସବୁବେଳେ ଘରେ ଝିଟିପିଟି ଦେଖାଯାଇ ଥାଆନ୍ତି, ଯାହାକୁ ଆମେ ଘରୁ ଭଗେଇବା ପାଇଁ ଚେଷ୍ଟା କରିଥାଉ। ଯଦିଓ ଏହା ଆମକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ, କିନ୍ତୁ କୀଟପତଙ୍ଗ ଭଳି ଛୋଟ ଜୀବଙ୍କୁ ଖାଇ ଘରକୁ ସଫାସୁତରା କରି ଦେଇଥାଏ। ଶକୁନ ଶାସ୍ତ୍ର ମୁତାବକ, ଦୀପାବଳି ରାତିରେ ଝିଟିପିଟି ଦେଖିଲେ ଘରର ସୁଖ, ସମୃଦ୍ଧି ହୋଇଥାଏ।

ଗାଈ: ଭାରତୀୟ ସଂସ୍କୃତିରେ ଗାଈ ସବୁବେଳେ ଏକ ପବିତ୍ର ପ୍ରାଣୀ ରହି ଆସିଛି। ଅନ୍ୟ ଶବ୍ଦରେ କୁହାଗଲେ, ଗାଈକୁ ଦେବତ୍ୱର ପ୍ରତୀକ ବୋଲି କୁହାଯାଏ। ଦୀପାବଳି ରାତିରେ ଗାଈ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହା ମା’ ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇଥାଏ। ଏଥିରେ ପରିବାରର ଲୋକଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ବଢ଼ିଥାଏ ଏବଂ ସମ୍ପର୍କ ମଜଭୁତ ହୋଇଥାଏ।