fbpx

IGNOUରେ କ୍ୟାମ୍ପସ ପ୍ଲେସମେଣ୍ଟରେ ଚାକିରୀ କରିବାର ସୁଯୋଗ; ଗ୍ରାଡୁଏଟ୍ ମଧ୍ୟ କରିପାରିବେ ଆବେଦନ, ଜାଣନ୍ତୁ କେତେ ମିଳିବ ଦରମା

ନୂଆଦିଲ୍ଲୀ:ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ର ଛାତ୍ରମାନଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ଆସିଛି । ବର୍ତ୍ତମାନ IGNOUରୁ ପାସ୍ କରୁଥିବା ଛାତ୍ରମାନେ ମଧ୍ୟ ଏହି କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ମାଧ୍ୟମରେ ଚାକିରୀ ପାଇପାରିବେ । ତେବେ ଏହି ସୁଯୋଗ ୧୫ ଫେବୃଆରୀରୁ ଆରମ୍ଭ ହେବ । ଯେଉଁଥିରେ IGNOU ଛାତ୍ରମାନଙ୍କୁ ଏହି ପ୍ଲେସମେଣ୍ଟରେ ବସିବାକୁ ଅନୁମତି ଦିଆଯିବ । ଏହି ପ୍ଲେସମେଣ୍ଟ ଡ୍ରାଇଭ୍ ଅଧୀନରେ ଗ୍ରାହକ ସେବା କାର୍ଯ୍ୟନିର୍ବାହୀ(କଷ୍ଟମର ସର୍ଭିସ ଏକଜୁକେଟିଭ), ବୈଷୟିକ ଲେଖକ (ଟେକନିକାଲ ରାଇଟର)ଏବଂ କପି ସମ୍ପାଦକ କପି ଏଡିଟର ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

କେବେ ହେବ ପଞ୍ଜୀକରଣ?
IGNOUକ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭ ଅଧୀନରେ ପ୍ରାର୍ଥୀଙ୍କ ପଞ୍ଜୀକରଣ ସେହି ଦିନ ଅର୍ଥାତ୍ ଫେବୃଆରୀ ୧୫ ରେ କରାଯିବ । ପ୍ରାର୍ଥୀଙ୍କୁ ସକାଳ ୯:୩୦ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡିବ । ପଞ୍ଜୀକରଣ ପ୍ରକ୍ରିୟା ଏକ ଘଣ୍ଟା ପର୍ଯ୍ୟନ୍ତ ରହିବ ଏବଂ ସକାଳ ୧୦:୩୦ ରେ ଶେଷ ହେବ । ଏହା ପରେ ପ୍ରି-ପ୍ଲେସମେଣ୍ଟ ଆରମ୍ଭ ହେବ । ତେବେ ଏହି ପ୍ଲେସମେଣ୍ଟ ଡ୍ରାଇଭ୍ ଦିଲ୍ଲୀର ବାବା ସାହେବ ଆମ୍ବେଦକର ସମ୍ମିଳନୀ କେନ୍ଦ୍ର କ୍ୟାମ୍ପସରେ ଆୟୋଜିତ ହେବ । ଏହି ଡ୍ରାଇଭ୍ ଅଧୀନରେ ଯୁବକମାନେ ଏୟାର ଇଣ୍ଡିଆ ସେଟସ୍ (Air India SATS) ଏବଂ ଏପ୍ଟାରାରେ (APTARA) ଚାକିରି ପାଇଁ ମନୋନୀତ ହେବେ ।

ଯୋଗ୍ୟତା ମାନଦଣ୍ଡ କ’ଣ?
ଏୟାର ଇଣ୍ଡିଆ ସେଟସ୍ ଅଧୀନରେ ଗ୍ରାହକ ସେବା କାର୍ଯ୍ୟନିର୍ବାହୀ ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହା ଅନୁଯାୟୀ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୨୨,୫୨୦ ଟଙ୍କା ଦରମା ପ୍ରଦାନ କରାଯିବ। ତେବେ ଦରମା ସହିତ ପ୍ରାର୍ଥୀମାନେ ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମଧ୍ୟ ପାଇବେ।

କିଏ ଆବେଦନ କରିପାରିବ ଏବଂ ଚୟନ କିପରି କରାଯିବ?
ଏୟାର ଇଣ୍ଡିଆ ସେଟସ୍ ଅଧୀନରେ ଆବେଦନ କରୁଥିବା ପ୍ରାର୍ଥୀମାନେ ସ୍ନାତକ ହେବା ଜରୁରୀ । ଆହୁରି ମଧ୍ୟ, କେବଳ ୨୮ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ। ଏହି ପ୍ଲେସମେଣ୍ଟ ଡ୍ରାଇଭ ଅଧୀନରେ ପ୍ରାର୍ଥୀଙ୍କୁ ଦୁଇଟି ରାଉଣ୍ଡ ଅତିକ୍ରମ କରିବାକୁ ପଡିବ, ଯେଉଁଥିରେ ଗୋଷ୍ଠୀ ଆଲୋଚନା (ଗ୍ରୁପ ଡସକସନ) ଏବଂ ସାକ୍ଷାତକାର ( ଇଣ୍ଟରଭ୍ୟୁ ) ଅନ୍ତର୍ଭୁକ୍ତ ରହିବ ।

ସ୍ନାତକୋତ୍ତର ହେବା ପାଇଁ ଆପ୍ଟାରା (APTARA) ବର୍ଗ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ । ଆହୁରି ମଧ୍ୟ, ସେମାନଙ୍କର ଇଂରାଜୀ ମଧ୍ୟ ଭଲ ହେବା ଉଚିତ୍ । ଏହି ବର୍ଗରେ କପି ସମ୍ପାଦକ ଏବଂ ବୈଷୟିକ ଲେଖକଙ୍କ ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ । ମନୋନୀତ କପି ସମ୍ପାଦକମାନଙ୍କୁ ମାସକୁ ୨୦ ହଜାର ଟଙ୍କା ଏବଂ ବୈଷୟିକ ଲେଖକମାନଙ୍କୁ ମାସକୁ ୩୦ ହଜାର ଟଙ୍କା ଦରମା ପ୍ରଦାନ କରାଯିବ। ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୪୫ ବର୍ଷ ମଧ୍ୟରେ ହେବା ଉଚିତ୍ । ତେବେ ଯେଉଁ ପ୍ରାଥୀ ଏହି ଆବେଦନ ବିଷୟରେ ଅଧିକ ଜାଣିବା ପାଇଁ ଚାଁହୁଛନ୍ତି , ସେମାନେ ଇଗନୋର ଦିଆଯାଇଥିବା ଲିଙ୍କ ଓପନ କରି ଆବେଦନ କରିପାରିବେ  ଏଥିସହିତ ସବିଶେଷ ତଥ୍ୟ ମଧ୍ୟ ପାଇପାରିବେ ।

www.ignou.ac.in/userfiles

www.ignou.ac.in/userfiles/CPD%20FOR%20AIR%20INDIA%20SATS.pdf

Get real time updates directly on you device, subscribe now.