fbpx

ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ ହେଲା କାଳ , ଥାନା ବାବୁ ସସପେଣ୍ଡ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ବଡଚଣା ଥାନା ଅଧିକାରୀ ଦୀପକ ଜେନା ସସପେଣ୍ଡ । ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । ତଛଡା ତାଙ୍କ ବିରୋଧରେ ପୂରୀ ସିଂହଦ୍ୱାର ଥାନାରେ ୪୦/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି । ସିଂହଦ୍ୱାରା ଥାନା ପୋଲିସ ଏନେଇ ଅଧିକ ତଦନ୍ତ ଜାରୀ ରଖିଛି । ଗତକାଲି ବଡଚଣା ଥାନା ଅଧିକାରୀ ଦୀପକ ଜେନା ସପରିବାରେ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସଥିଲେ । ପୋଲିସ ଗାଡି,ପୋଲିସ ପୋଷାକ ପାଇଁ ବିଭିନ୍ନ ସ୍ଥାନରେ ବ୍ଳକିଂ କରୁଥିବା ପୋଲିସ ତାଙ୍କୁ ଅଟକାଇ ନଥିଲେ ।ଯାଜପୁରରୁ ୪ ଜିଲ୍ଲା ସୀମା ଡେଇଁ ପୁରୀରେ ପଂହଚିବାକୁ ତାଙ୍କୁ କୈାଣସି ଅସୁବିଧା ହୋଇନଥିଲା । ପୂରୀରେ ପଂହଚିବା ପରେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ କରିଥିଲେ । କରୋନା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ କଟକଣା ଥିବାରୁ ଦକ୍ଷିଣ ଦ୍ୱାରରେ ମୁତୟନ ଥିବା ପୋଲିସ କର୍ମଚାରୀ ତାଙ୍କୁ ବାଧା ଦେଇଥିଲେ । କଥା ଥାନା ଯାଏ ଯାଇଥିଲା । ସଂହଦ୍ୱାର ଥାନା ତାଙ୍କୁ ଗତକାଲିଠୁ ଅଟକ ରଖିଥିଲା ।

Get real time updates directly on you device, subscribe now.