fbpx

କେବଳ +2 ପାସ୍ କରିଥିଲେ IITରେ ଆଡମିଶନ କରିପାରିବେ, JEEର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଆପଣ ଆଇଆଇଟି ପଢ଼ିବାକୁ ଚାହୁଁଛନ୍ତି କି? ଏବେ ଆପଣଙ୍କର ସ୍ୱପ୍ନ ସହଜରେ ପୂରଣ ହୋଇପାରିବ । ଏଥିପାଇଁ ଆପଣଙ୍କୁ ଜେଇ କିମ୍ବା ଆଡଭାନ୍ସଡ ଜେଇଇ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି, ତେବେ ଆପଣ ଆଇଆଇଟିରେ ଡାଇରେକ୍ଟ ଆଡମିଶନ ନେଇପାରିବେ । ଏପରି ଏକ ସୁଯୋଗ ଆଣିଦେଇଛି ଆଇଆଇଟି ମାଡ୍ରାସ । ଏଥିପାଇଁ ଆବେଦନ ଫର୍ମ ମଧ୍ୟ ଜାରି କରାଯାଇଛି ।

ଆଇଆଇଟି ମାଡ୍ରାସ ପକ୍ଷରୁ ଏନେଇ ତିନି ପ୍ରକାର କୋର୍ସ ପାଇଁ ଆଡମିଶନ ଫର୍ମ ଜାରି କରାଯାଇଛି । ସେହି କୋର୍ସ ମଧ୍ୟରେ ଡିପ୍ଲୋମା ଇନ୍ ପ୍ରେଗ୍ରାମିଂ, ଡିପ୍ଲୋମା ଇନ୍ ଡାଟା ସାଇନ୍ସ, ବିଏସସି ଇନ୍ ପ୍ରୋଗ୍ରାମିଂ ଆଣ୍ଡ ଡାଟା ସାଇନ୍ସ ରହିଛି । ଏହି ତିନି କୋର୍ସ ଅନଲାଇନରେ ଉପଲବ୍ଧ କରାଯିବ । ଏଥିପାଇଁ ନୂଆ ବ୍ୟାଚ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିପାଇଁ କୌଣସି ବୟସସୀମା ନାହିଁ । ଯେ କୌଣସି ବୟସର ପିଲା ଏଥିପାଇଁ ଆବେଦନ କରି ଆଡମିଶନ୍ ନେଇପାରିବେ । ଏଥିପାଇଁ ଆପଣ ଯେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପରୀକ୍ଷାରେ ପାସ୍ କରିଥିବା ଦରକାର । ତେବେ ଡାଟା ସାଇନ୍ସ କୋର୍ସ ପାଇଁ ଆପଣ ଦଶମରେ ଗଣିତ ଓ ଇଂରାଜୀ ପଢ଼ିଥିବା ଆବଶ୍ୟକ ବୋଲି କୁହାଯାଇଛି ।

Get real time updates directly on you device, subscribe now.