fbpx

IIT Roorkee ବୈଜ୍ଞାନିକଙ୍କ କମାଲ: ଏଣିକି ଶ୍ୱାସ ପରୀକ୍ଷଣ ଦ୍ୱାରା ବ୍ରେଷ୍ଟ, ଫୁସଫୁସ ଓ ମୁହଁ କ୍ୟାନସରକୁ ସହଜରେ କରିହେବ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କ୍ୟାନସରର ମାମଲା ବଢ଼ିବାରେ ଲାଗିଛି । ଏହି ବିମାରୀର ଲକ୍ଷଣ ଲୋକଙ୍କ ମଧ୍ୟରେ ଜଣାପଡ଼ୁ ନଥିବାରୁ ଏହା ରୋଗୀ ସଂଖ୍ୟା ବଢ଼ାଇବାରେ ମୁଖ୍ୟ କାରଣ ସାଜିଥାଏ । ତେବେ ଏହି ସମସ୍ୟା ଉପରୁ ଏବେ ପରଦା ହଟିବାକୁ ଯାଉଛି । ଆଇଆଇଟି ରୁରକିର ଜଣେ ପ୍ରଫେସରଙ୍କ ଏକ ଟିମ୍ ଶ୍ୱାସ ଆଧାରିତ କ୍ୟାନ୍ସର ଡିଟେକ୍ଟର ବିକଶିତ କରିଛନ୍ତି । ଏହା ଦ୍ୱାରା ବ୍ରେଷ୍ଟ, ଫୁସଫୁସ ଓ ମୁହଁ କ୍ୟାନସରକୁ ସହଜରେ ଚିହ୍ନଟ କରିହେବ ।

ଆଇଆଇଟିର ପ୍ରଫେସର ଇନ୍ଦ୍ରନୀଲ ଲାହିଡ଼ି, ପ୍ରଫେସର ପାର୍ଥ ରାୟ, ପ୍ରଫେସର ଦେବରୁପା ଲାହିଡ଼ି ଓ ତାଙ୍କର ଗ୍ରୁପର ରିସର୍ଚ୍ଚର ମାନେ ଏହି ସଫଳତା ହାସଲ କରିଛନ୍ତି । ଏହି କ୍ୟାନସର ଡିଟେକ୍ଟର ଏକ ପକେଟ-ଫ୍ରେଣ୍ଡଲି ଉପକରଣ ଅଟେ । ଏହା ସହାୟତାରେ ବ୍ରେଷ୍ଟ, ଲଙ୍ଗସ ଓ ମୁହଁର କ୍ୟାନ୍ସରକୁ ସହଜରେ ଚିହ୍ନଟ କରିହେବ । ଏଥିପାଇଁ ରୋଗୀଙ୍କୁ କେବଳ ଏହି ଉପକରଣକୁ ଫୁଙ୍କିବାକୁ ପଡ଼ିବ ।

ଏହା ପରେ ସଙ୍ଗେସଙ୍ଗେ ରୋଗୀଙ୍କୁ ଦିଆଯାଇଥିବା ରଙ୍ଗ କୋଡ ସହିତ ସବଷ୍ଟ୍ରେଟର ରଙ୍ଗକୁ ମିଳାଇବାକୁ ପଡ଼ିବ । ଏହା ମାଧ୍ୟମରେ ସ୍ତନ, ଫୁସଫୁସ ଓ ମୁହଁ କ୍ୟାନ୍ସରର ସମ୍ଭାବନା ବିଷୟରେ ତଥ୍ୟ ପାଇ ହେବ । କ୍ୟାନ୍ସରର ଅଧିକାଂଶ ମାମଲା ଆଡଭାନ୍ସ ଷ୍ଟେଜରେ ରିପୋର୍ଟ ହୋଇଥାଏ । ଏହି କାରଣରୁ ଲୋକଙ୍କୁ ବିଳମ୍ବରେ ଏନେଇ ସୂଚନା ମିଳିଥାଏ । ଏବେ ଏହି ଉପକରଣ ସହାୟତାରେ ରୋଗୀଙ୍କୁ କ୍ୟାନ୍ସରର ସୂଚନା ଜଲଦି ମିଳିପାରିବ । ଏହାଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭାବେ ଠିକ୍ ହେବାର ସମ୍ଭାବନା ବହୁତ ବଢ଼ିଯିବ । ଏହି ଡିଟେକ୍ଟର ଅନେକ ଲୋକଙ୍କର ସ୍କ୍ରିନିଂ କରିପାରିବ ଓ ଏହା ତିନି ପ୍ରକାରର କ୍ୟାନ୍ସରକୁ ସହଜରେ ଚିହ୍ନଟ କରିପାରିବେ ।

Get real time updates directly on you device, subscribe now.