fbpx

ବିଭିନ୍ନ ରାଜ୍ୟରେ ବଢ଼ିବ ଗ୍ରୀଷ୍ମର ପ୍ରକୋପ: ହିଟୱେଭ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଭାରତରେ ଗରମର କହର ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ହୋଇଥିବା ଜଣାପଡ଼ିଛି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରାଜସ୍ଥାନ, ଦିଲ୍ଲୀ ସମେତ କିଛି ରାଜ୍ୟ ପାଇଁ ହିଟୱେଭ୍ ଚେତାବନୀ ଜାରି କରିଛି ।

ଆଇଏମଡି ମୁତାବକ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା, ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ ସମେତ କିଛି ରାଜ୍ୟରେ ହିଟୱେଭ ହୋଇପାରେ । ଆଜି ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ଓ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ସେହିପରି ଗୁଜୁରାଟରେ ସର୍ବନିମ୍ନ ୨୯ ଡିଗ୍ରୀ ଓ ସର୍ବାଧିକ ୪୪ ଡିଗ୍ରୀ ରହିପାରେ । ମଧ୍ୟପ୍ରଦେଶର ଭୋପାଳରେ ସର୍ବନିମ୍ନ ୨୬ ଡିଗ୍ରୀ ଓ ସର୍ବାଧିକ ୪୪ ଡିଗ୍ରୀ ରହିବାର ଅନୁମାନ କରାଯାଇଛି ।

ସେହିପରି ଉତ୍ତରାଖଣ୍ଡରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିପାରେ । ଡେରାଡୁନରେ ସର୍ବନିମ୍ନ ୨୨ ଡିଗ୍ରୀ ଓ ସର୍ବାଧିକ ୩୬ ଡିଗ୍ରୀ ରହିପାରେ । ରାଜସ୍ଥାନର ଜୟପୁରରେ ସର୍ବନିମ୍ନ ୩୨ ଡିଗ୍ରୀ ଓ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରହିପାରେ । ଜମ୍ମୁ କଶ୍ମୀରରେ ସର୍ବନିମ୍ନ ୨୪ ଡିଗ୍ରୀ ଓ ସର୍ବାଧିକ ୩୯ ଡିଗ୍ରୀ ରହିପାରେ । ଉତ୍ତରପ୍ରଦେଶରେ ସର୍ବନିମ୍ନ ୨୮ ଡିଗ୍ରୀ ଓ ସର୍ବାଧିକ ୪୧ ଡିଗ୍ରୀ ରହିପାରେ ।

Get real time updates directly on you device, subscribe now.