fbpx

ଖୁବଶୀଘ୍ର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ ବିଭା ତରଫରୁ ରାଜ୍ୟବାସୀଙ୍କୁ ମିଳିଛି ସତର୍କ ସୂଚନା । ଆସନ୍ତା କିଛି ଦିନ ଭିତରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଉତ୍ତର ଓଡିଶା ସମେତ ଅନ୍ୟ ଅଞ୍ଚଳ ଗୁଡିକରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ଏଥିସହ ରାଜ୍ୟବାସୀଙ୍କୁ ପ୍ରତିକୂଳ ପରିସ୍ଥିତି ପାଇଁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

ଆସନ୍ତା ୪ ତାରିଖ ସୁଦ୍ଧା ରାଜ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଓଡିଶା ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳଗୁଡିକରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସତର୍କ ସୂଚନା ଜାରି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.