ବିକାଶ କ୍ଷେତ୍ର ପାଦେ ଆଗେଇଲା ଓଡ଼ିଶା; କଳିଙ୍ଗନଗର ଟାଟା ଷ୍ଟିଲର ଫେରୋ କ୍ରୋମ୍ ପ୍ଲାଣ୍ଟ କିଣିଲା IMFA, 610 କୋଟିରେ କଲା ଚୁକ୍ତି

କଳିଙ୍ଗନଗର ଟାଟା ଷ୍ଟିଲର ଫେରୋ କ୍ରୋମ୍ ପ୍ଲାଣ୍ଟ କିଣିଲା IMFA ।

ଯାଜପୁର: କଳିଙ୍ଗନଗରରେ ଟାଟା ଷ୍ଟିଲର ଫେରୋ କ୍ରୋମ୍ ପ୍ଲାଣ୍ଟ କିଣିଲା IMFA । 610 କୋଟିରେ କିଣିବା ନେଇ ଆସେଟ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ ସ୍ବାକ୍ଷର ହୋଇଛି । ଆମର ବିକାଶ ଅଭିଯାନରେ ପ୍ରମୁଖ ମାଇଲଷ୍ଟୋନ ନେଇ ଏକ୍ସରେ ସୂଚନା ଦିଆଯାଇଛି ।

IMFA ସୋମବାର ଏକ ବିବୃତ୍ତିରେ କହିଛି ଯେ ଏହି ଅଧିଗ୍ରହଣ ଏହାର ଫର୍ଣ୍ଣେସ୍ କ୍ଷମତାକୁ 99 MVA ବୃଦ୍ଧି କରିବ, ଯାହା ମଧ୍ୟରୁ 33 MVA କ୍ଷମତା ବର୍ତ୍ତମାନ ନିର୍ମାଣାଧୀନ ଅଛି।

ଏହା ଆମର ବିସ୍ତାର ଯୋଜନାକୁ ଦୃତଗତିରେ ଆଗେଇ ନେବ ବୋଲି କହିଛି IMFA । ତେବେ ଆଭ୍ୟନ୍ତରୀଣ ଉପାର୍ଜନରୁ କ୍ରୟ କରାଯାଉଛି, ଏବଂ 3 ମାସରେ ଏହି ପ୍ରକ୍ରିୟା ସରିବ ବୋଲି IMFA କହିଛି  ।

ଏହି କାରବାର ପରେ, IMFAର ମୋଟ ସ୍ଥାପିତ କ୍ଷମତା ବାର୍ଷିକ 500,000 ଟନ୍ ଅତିକ୍ରମ କରିବ। ଏହା IMFAକୁ ଭାରତର ସର୍ବବୃହତ ଏବଂ ବିଶ୍ୱର ଷଷ୍ଠ ବୃହତ୍ତମ ଫେରୋକ୍ରୋମ୍ ଉତ୍ପାଦକ କରିବ।

ଟାଟା ଷ୍ଟିଲର କଳିଙ୍ଗନଗର ପ୍ଲାଣ୍ଟରେ ବାର୍ଷିକ 100,000 ଟନ୍ ମିଳିତ କ୍ଷମତା ସହିତ ଚାରୋଟି ଫର୍ଣ୍ଣେସ୍ ଅଛି। ପଞ୍ଚମ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ ହେବା ପରେ ଏହି କ୍ଷମତା 150,000 ଟନ୍ କୁ ବୃଦ୍ଧି ପାଇବ।