fbpx

ଓମିକ୍ରନକୁ ନେଇ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବଢ଼ିଲା ପୁରୁଷଙ୍କ ଚିନ୍ତା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବଢ଼ୁଛି । ବ୍ରିଟେନ ପରେ ଆମେରିକାରେ ମଧ୍ୟ ଓମିକ୍ରନର ପ୍ରଥମ ମୃତ୍ୟୁ ହୋଇସାରିଛି । ଭାରତରେ ୧୭୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ମିଳିଥିବା ତଥ୍ୟ ଅନୁସାରେ କୁହାଯାଉଥିଲା କି, ଓମିକ୍ରନ ଭାରିଆଣ୍ଟ ଡେଲ୍ଟା ତୁଳନାରେ କମ୍ ଗୁରୁତର । କିନ୍ତୁ ନୂଆ ଅଧ୍ୟୟନରେ ସେହି ଦାବିକୁ ଖାରଜ କରାଯାଇଛି । ୟୁକେର ଅଧ୍ୟୟନ ମୁତାବକ ଓମିକ୍ରନ ଭାରିଆଣ୍ଟ ଡେଲ୍ଟାରୁ କମ୍ ବିପଦ ନୁହେଁ ।

ନୂଆ ଅଧ୍ୟୟନ ପୁରୁଷମାନଙ୍କୁ ଭୟଭୀତ କରିପାରେ । ବିଶେଷଜ୍ଞଙ୍କ ମତରେ, କୋଭିଡରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ପାଇଁ ସ୍ପର୍ମ କ୍ୱାଲିଟି ମାସ ମାସ ପର୍ଯ୍ୟନ୍ତ ଖରାପ ରହିଥାଏ । ସିମେନ ନିଜେ ସଂକ୍ରାମକ ନୁହେଁ ବୋଲି ବିଶେଷଙ୍କମାନେ ଜାଣିବାକୁ ପାଇଛନ୍ତି । ୩୫ ପୁରୁଷଙ୍କ ଉପରେ କରାଯାଇଥିବା ଅଧ୍ୟୟନରେ ଜଣାପଡିଛି ଯେ, କରୋନାରୁ ସୁସ୍ଥ ହେବାର ଏକ ମାସ ପରେ ତାଙ୍କ ସ୍ପର୍ମର ଗତିବିଧି ୬୦ ପ୍ରତିଶତ ଓ ସ୍ପର୍ମ କାଉଣ୍ଟ ୩୭ % ହ୍ରାସ ପାଇଛି । ଏହି ଅଧ୍ୟୟନ ଫର୍ଟିଲିଟି ଆଣ୍ଡ ଷ୍ଟେରିଲିଟିରେ ପ୍ରକାଶିତ ହୋଇଛି । କୋଭିଡ ସଂକ୍ରମଣର ଗମ୍ଭୀରତା ଓ ସ୍ପର୍ମର ବିଶେଷତାରେ କୌଣସି ସମ୍ବନ୍ଧ ମିଳିନାହିଁ । ବିଶେଷଜ୍ଞଙ୍କ କହିବା ମୁତାବକ, ଗର୍ଭବତୀ ହେବାକୁ ଇଚ୍ଛା କରୁଥିବା ଦମ୍ପତିମାନଙ୍କୁ ଏହି ଚେତାବନୀ ଦିଆଯିବା ଉଚିତ୍ କି କୋଭିଡ ସଂକ୍ରମଣ ପରେ ସ୍ପର୍ମର ଗୁଣ ହ୍ରାସ ହୋଇପାରେ ।

Get real time updates directly on you device, subscribe now.