fbpx

DRDO ମାମଲା: ଅଭିଯୁକ୍ତଙ୍କଠାରୁ ମିଳିଛି ସାଙ୍ଘାତିକ ତଥ୍ୟ, କହିଲେ – ‘ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ ମାମଲାରେ ଅଭିଯୁକ୍ତଙ୍କଠାରୁ ମିଳୁଛି ସାଙ୍ଘାତିକ ତଥ୍ୟ । ରିମାଣ୍ଡରେ ଆଣି ଗିରଫ ଅଭିଯୁକ୍ତମାନଙ୍କୁ ଜେରା ଚାଲିଛି । ଫଳରେ ସେମାନଙ୍କ ଠାରୁ ନୂଆ ନୂଆ ତଥ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ । ଏବେ ରହସ୍ୟମୟୀ ମହିଳା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ।

ମିଳିଥିବା ଖବର ମୁତାବକ, ଏହି ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ କଥା ହେଉଥିବା ରହସ୍ୟମୟୀ ମହିଳା । କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲା ତ ଆଉ କାହାକୁ ରାଜସ୍ଥାନରେ ରହୁଛି ବୋଲି କହିଥିଲେ । ଏପରିକି କାହାକୁ ଡିଫେନ୍ସ ଷ୍ଟାଫ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା । ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ ସେ ସମ୍ପର୍କ ରଖିଥିଲା ।

ଭିଡିଓ କଲ, ଫେସବୁକ କଲ ଓ ମେସେଜ ଓ ମେସେଞ୍ଜର କଲ କରୁଥିଲା ରହସ୍ୟମୟୀ ମହିଳା । ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ ରହସ୍ୟମୟୀ ମହିଳା କଥା ହେଉଥିଲା । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ମଧ୍ୟ ଦେଇଥିଲା । ରହସ୍ୟମୟୀ ମହିଳାଙ୍କ ରହସ୍ୟମୟ ତଥ୍ୟକୁ ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ଦିଆଯାଇଛି । ରହସ୍ୟମୟୀର ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା ଚଳାଇଛି । କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚାଲିଛି । ରହସ୍ୟମୟୀ ମହିଳା ହାତରେ ମାନବ ବିହୀନ ବିମାନର ତଥ୍ୟ ଲାଗିଛି କି ନାହିଁ, ତାହା ଚିନ୍ତାର ବିଷୟ ପାଲଟିଛି । ଏଥିପାଇଁ ଅଭିଯୁକ୍ତମାନଙ୍କୁ ଏୟାରଫୋର୍ସ ଅଧିକାରୀଙ୍କ ଜେରା ଚାଲିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.