fbpx

ବଏଜ୍ ହଷ୍ଟେଲରେ ପୁଅମାନେ ନିଆରା ଅନ୍ଦାଜରେ କଲେ ହନୁମାନ ଚାଳିଶା ପାଠ; ଭାଇରାଲ୍ ହେଉଛି Video

ନୂଆଦିଲ୍ଲୀ: ବଏଜ୍ ହଷ୍ଟେଲର ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି । ବୋଧହୁଏ ଏହିପରି ଭିଡିଓ ଆପଣ ମାନେ ଖାସ୍ କରି ବଏଜ୍ ହଷ୍ଟେଲରୁ କେବେ ବି ଆଶା କରିନଥିବେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଏକାଠି ମିଶି ପୁଅ ଏପରି କିଛି କରିଛନ୍ତି ଯାହାକୁ ଆପଣ ମାନେ ମଧ୍ୟ ନିଶ୍ଚୟ ପସନ୍ଦ କରିବେ । ତେବେ ଏହି ଭିଡିଓକୁ ସେହି ପୁଅ ମାନଙ୍କୁ ଦେଖାଇବା ଦରକାର । ଯେଉଁ ମାନେ ବଏଜ୍ ହଷ୍ଟେଲକୁ ଯାଇ ବର୍ବାଦ୍ ହୋଇଯାଆନ୍ତି । କେବଳ ପୁଅ ମାନେ ନୁହନ୍ତି ସମସ୍ତେ ଥରେ ଏହା ଉପରେ ନଜର ପକାଇବା ଜରୁରୀ ।

ସୋସିଆଲ୍ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ବାସ୍ତବରେ ପୁଅ ମାନେ ଏହି ଭିଡିଓରେ ଏକାଠି ହୋଇ ନିଆରା ଅନ୍ଦାଜରେ ହନୁମାନ ଚାଳିଶା ପାଠ କରୁଛନ୍ତି । ଏପରି ବ୍ୟବସ୍ଥା ଅର୍ଥାତ୍ ହନୁମାନ ଚାଳିଶା ପାଠ ବୋଧହୁଏ ଆଗରୁ କୋଉଠି ବି ଦେଖିନଥିବେ । ଭିଡିଓଟି କୌଣସି ବଏଜ୍ ହଷ୍ଟେଲର ହୋଇଥିବା ଦୃଶ୍ୟରୁ ଜଣାପଡ଼ୁଛି । ପୁଅ ମାନେ ଦୁଇଟି ଲାଇନ୍ କରି ବସି ଚାଳିଶା ପାଠ କରୁଛନ୍ତି ।

ତେବେ ଖାସ୍ କଥା ହେଉଛି ସେମାନଙ୍କ ସାମନାରେ ଏକ ଲାପଟପ୍ ରହିଛି । ଯେଉଁଥିରେ ହନୁମାନଙ୍କ ଫଟୋ ରହିଛି ଓ ବ୍ୟାକଗ୍ରାଉଣ୍ଡରେ ହନୁମାନ ଚାଳିଶା ପାଠ ମଧ୍ୟ ହେଉଛି । ତାକୁ ଶୁଣି ପୁଅ ମାନେ ପାଠ କରୁଛନ୍ତି । ଆଉ ଲାପଟପ୍ ରେ ଏକ ଟିଫିନ୍ ରେ କିଛି ଭୋଗ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.