fbpx

କର୍ଣ୍ଣାଟକ ହାଇକୋର୍ଟ ଦେଲା ଅନୁମତି;ଇଦ୍‌ଗାହ ପଡ଼ିଆରେ ଶୁଭିବ ଗଣପତି ବାପ୍ପା ମୋରିୟା..

ବେଙ୍ଗାଲୁର: ପ୍ରଥମେ ନା ପରେ ହଁ ଏଭଳି ଭାବେ ମିଳିଲା ଅନୁମତି । ସେତ ବିଘ୍ନବିଧାତା ତାଙ୍କ ପୂଜା ଆଉ ଆରାଧନା ଙ୍କୁ କିଏ ଅବା ଅଟକେଇ ପାରିବ । ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖି ଅଦାଲତ ଗତକାଲି ମଧ୍ୟରାତ୍ରରେ ଭୂମିରେ ବିଘ୍ନନାଶକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରିବାକୁ ଅନୁମତି ଦେଇଛନ୍ତି। ଅଦାଲତ ତାଙ୍କ ଶୁଣାଣିରେ କହିଛନ୍ତି ଯେ ହବାଲି-ଧରୱାଦରେ ଥିବା ଉକ୍ତ ଜମିରେ କୌଣସି ବିବାଦ ନାହିଁ। ଅଦାଲତଙ୍କ ନିଷ୍ପତ୍ତି ପରେ ହବାଲି-ଧରୱାଦର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ସେ ସେଠାରେ ବୁଲିବା ସହ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ ଗଣେଶ ପୂଜାକୁ ବିରୋଧ କରିବା ଅନୁୁଚିତ।

ଇଦ୍‌ଗାହ ପଡ଼ିଆ ହେଉଛି ସର୍ବସାଧାରଣଙ୍କ ସଂପତ୍ତି। ମାତ୍ର କିଛି ରାଜନୈତିକ ଦଳ ଏହାକୁ ନେଇ ବିବାଦ ସୃଷ୍ଟି କରିଥିଲେ। ଯାହାକି ଆଦୌ ଉଚିତ କଥା ନୁହେଁ। ଆଗାମୀ ଦିନମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବେ ଉତ୍ସବ ପାଳନ କରାଯିବା ଉଚିତ। ମୁଁ ସଂଖ୍ୟାଲଘୁ ସଂପ୍ରଦାୟକୁ ଅନୁରୋଧ କରୁଛି ଯେ ଆମେ ନମାଜକୁ ବିରୋଧ କରୁନୁ, ଆପଣ ବି ଆମ ପୂଜାକୁ ବିରୋଧ କରନ୍ତୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.