fbpx

ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ କ୍ଷେତ୍ରରେ ହାଇକୋର୍ଟଙ୍କ ରାୟ, ୨୫ ସପ୍ତାହରେ ଗର୍ଭ ନଷ୍ଟ କରିବାକୁ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନିକଟରେ ଦୁଷ୍କର୍ମ ପୀଡ଼ିତା ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ଗର୍ଭପାତ ସମ୍ବନ୍ଧୀୟ ମାମଲାରେ ଶୁଣାଣି କରି ତାଙ୍କୁ ୨୫ ସପ୍ତାହରେ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି। ମେଡିକାଲ୍ ମୋର୍ଡ ରିପୋର୍ଟ ଅଧ୍ୟୟନ କରିବା ପରେ ବିଚାରପତି ସ୍ୱର୍ଣ୍ଣ କାନ୍ତା ଶର୍ମା ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ନାବାଳିକାଙ୍କୁ ଗର୍ଭପାତ କରିବା ପାଇଁ ଶୁକ୍ରବାର ରାମ ମନୋହର ଲୋହିଆ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସାମ୍ନାରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ଖଣ୍ଡପୀଠ ମେଡିକାଲ ଟମିନେସନ୍ ଅଫ୍‌ ପ୍ରେଗନେନ୍ସି ଆକ୍ଟର ଧାରା ୩(ବି)ର ଉଦାହରଣ ଦେଇ କହିଥିଲେ ଯେ ଯୌନ ଉତ୍ପୀଡ଼ନ ମାମଲାରେ କୌଣସି ମହିଳାଙ୍କୁ ଗର୍ଭପାତ ଅଧିକାରରୁ ବଞ୍ôଚତ ରଖାଯିବା ଉଚିତ୍‌ ନୁହେଁ । ମହିଳାଙ୍କୁ ଜୋର୍ ଜବରଦସ୍ତ ମା’ ହେବାର ଦାୟିତ୍ୱ ଦେବା ଅର୍ଥ ତାଙ୍କୁ ସମ୍ମାନର ସହ ବଂଚିବାର ମାନବାଧିକାରରୁ ଦୂରେଇ ରଖିବା।

Get real time updates directly on you device, subscribe now.