fbpx

ଏହି ରାଜ୍ୟରେ କରୋନା ସଙ୍କଟ ପାଇଁ ବର୍ଷକ ପାଇଁ ଆଡ଼ମିସନ, ରି-ଆଡ଼ମିସନ ଓ ଟ୍ୟୁସନ ଫି ଛାଡ଼୍

ପଞ୍ଜାବ, ୮ା୯: ଦେଶ ଓ ରାଜ୍ୟରେ ମହାମାରୀ କରୋନା ବଢ଼ି ବଢ଼ି ଚାଲିଛି । ମହାମାରୀ କରୋନା ପାଇଁ ଆର୍ଥିକ ସଙ୍କଟ ଦେଖା ଦେଇଛି । ତେଣୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ପିଲାଙ୍କ ପାଠପଢ଼ା ନେଇ ଅଭିଭାବକମାନେ ଚିନ୍ତିତ ରହୁଛନ୍ତି । ଏହାରି ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଣିକି ସ୍କୁଲ ଫି ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ଅଭିଭାବକଙ୍କ ଉପରେ ଚାପ ପକାଉଥିବେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଭାବକଙ୍କ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷା ବର୍ଷ ପାେଇଁ ପଞ୍ଜାବ ସରକାର କ୍ୟାପଟେନ ଅମରିନ୍ଦର ସିଂହ ଏହିପରି ନିଷ୍ପତ୍ତି ନେଇଛନ୍ତି ।
ପଞ୍ଜାବ ସରକାର ଦେଇଥିବା ନିର୍ଦ୍ଦେଶ ଅନୁସାରେ କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଆଡ଼ମିସନ, ରି-ଆଡ଼ମିସନ ଓ ଟ୍ୟୁସନ ଫି ନେବେ ନାହିଁ । ଏହାସହ ରାଜ୍ୟର କୌଣସି ସରକାରୀ ସ୍କୁଲ ଫି ନଦେବା କାରଣରୁ ଛାତ୍ରଛାତ୍ରୀଙ୍କୁ କାଢ଼ିପାରିବେ ନାହିଁ । କିନ୍ତୁ ଏହି ନିୟମ କୌଣସି ଘରୋଇ ସ୍କୁଲ ଉପରେ ଲାଗୁ ହୋଇ ନାହିଁ ।

Get real time updates directly on you device, subscribe now.