fbpx

କଂଗ୍ରେସକୁ ପଛରେ ପକାଇ ବିଜେପି ହାତେଇଛି ୭୫୦ କୋଟିର ଚାନ୍ଦା, ଜାଣନ୍ତୁ କିଏ ଦେଇଛି କେତେ

ନୂଆଦିଲ୍ଳୀ: ୨୦୧୪ ମସିହାରୁ ଭାରତୀୟ ଜନତା ପାର୍ଟି ସତ୍ତାରେ ରହିଛି । ଏହା ଭିତରେ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଚାନ୍ଦା ପାଇବାରେ ବି ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି ବା ବିଜେପି । ସର୍ବାଧିକ ଚନ୍ଦା ସଂଗ୍ରହ କରି ବିଜେପି ବର୍ତ୍ତମାନ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳକୁ ପଛରେ ପକାଇଦେଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ପାର୍ଟି ତରଫରୁ କୁହାଯାଇଛି ଯେ, ୨୦୧୯-୨୦ ବର୍ଷରେ ଦଳକୁ ବିଭିନ୍ନ କମ୍ପାନୀ ଏବଂ ବ୍ୟକ୍ତିଙ୍କ ଠାରୁ ପାଖାପାଖି ୭୫୦ କୋଟି ଟଙ୍କାର ଚାନ୍ଦା ମିଳିଛି । ତେବେ ଏହା କଂଗ୍ରେସକୁ ମିଳିଥିବା ଚାନ୍ଦା ଠାରୁ ପାଞ୍ଚଗୁଣ ଅଧିକ ଅର୍ଥାତ୍ ୧୩୯କୋଟି ଟଙ୍କା ଚାନ୍ଦା କଂଗ୍ରେସକୁ ମିଳିଛି ।

ଏହା ବ୍ୟତୀତ ଏନସିପିକୁ ୫୯ କୋଟି, ଟିଏମସିକୁ ୮ କୋଟି, ସିପିଏମକୁ ୧୯.୬ କୋଟି ଏବଂ ସିପିଆଇ କୁ ୧.୯କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି । ରିପୋର୍ଟ ମୁତାବକ, ବିଜେପିକୁ ଚାନ୍ଦା ଦେଇଥିବା କମ୍ପାନୀ ମାନଙ୍କ ମଧ୍ୟରେ ରହିଛି ସାଂସଦ ରାଜୀବ ଚନ୍ଦ୍ରଶେଖରଙ୍କୁ ଜୁପିଟର୍ କ୍ୟାପିଟାଲ୍, ରିୟଲ୍ ଇଷ୍ଟେଷ୍ଟ କମ୍ପାନୀ ମାଇକ୍ରୋଟେକ୍ ଡେଭଲପର୍ସ, ଆଇଟିସି ଗ୍ରୁପ୍ ଓ ବିଜି ସିର୍କ କନଷ୍ଟ୍ରକ୍ସନ୍, ପ୍ରୁଡେଣ୍ଟ ଇଲେକ୍ଟୋରାଲ୍ ଟ୍ରଷ୍ଟ ଏବଂ ଜନକଲ୍ୟାଣ ଇଲେକ୍ଟୋରାଲ୍ ଟ୍ରଷ୍ଟ ପ୍ରମୁଖ ରହିଛନ୍ତି ।

ସେହିପରି ବିଜେପିକୁ ପ୍ରୁଡେଣ୍ଟ ଇଲେକ୍ଟୋରାଲ୍ ଟ୍ରଷ୍ଟ ପକ୍ଷରୁ ୨୧୭.୭୫ କୋଟି ଟଙ୍କା ମିଳିଥିବା ବେଳେ ଜନକଲ୍ୟାଣ ଇଲେକ୍ଟୋରାଲ୍ ଟ୍ରଷ୍ଟ ପକ୍ଷରୁ ମିଳିଛି ୪୫.୫୬ କୋଟି, ଜୁପିଟର୍ କ୍ୟାପିଟାଲ୍ ପକ୍ଷରୁ ମିଳିଛି ୧୫ କୋଟି, ଆଇଟିସି ରୁ ମିଳିଛି ୭୬ କୋଟି, ରିୟଲ୍ ଇଷ୍ଟେଷ୍ଟ କମ୍ପାନୀ ମାଇକ୍ରୋଟେକ୍ ଡେଭଲପର୍ସ ପକ୍ଷରୁ ମିଳିଛି ୨୧କୋଟି, ଗୁଲମର୍ଗ ଡେଭଲପର୍ସରୁ ୨୦ କୋଟି ଟଙ୍କା ଚାନ୍ଦା ମିଳିଥିବା ସୂଚନା ରହିଛି ।

Get real time updates directly on you device, subscribe now.