fbpx

Telegram ଅର୍ଥ ରୋଜଗାରର ଅନ୍ୟତମ ମାଧ୍ୟମ, ଆଜି ହିଁ ଆରମ୍ଭ କରନ୍ତୁ

୨୦୧୩ ମସିହାରେ ଲଞ୍ଚ ହୋଇଥିବା ଟେଲିଗ୍ରାମ ହ୍ୱାଟସଆପ ପରି ଏକ ପପୁଲାର ସୋସିଆଲ୍ ମିଡିଆ ଅଟେ । ଏଥିରେ ଆପଣ ଗ୍ରୁପ ତିଆରି କରି ପରସ୍ପର ସହ ଚାଟିଂ କରିବା ସହ ଭିଡିଓ ଓ ଅଡିଓ ଫାଇଲ ଶେୟାର କରିପାରିବେ । ହ୍ୱାଟସଆପରେ ଗ୍ରୁପରେ ଆପଣ ସୀମିତ ଲୋକଙ୍କୁ ଆଡ କରିପାରୁ ଥିବା ବେଳେ ଟେଲିଗ୍ରାମରେ ଆପଣ ଲକ୍ଷ ଲକ୍ଷ ଲୋକଙ୍କୁ ଆଡ୍ କରିପାରିବେ । ଆପଣମାନେ ହୁଏତ ଜାଣିନଥିବେ ଯେ ଅନ୍ୟ ସୋସିଆଲ ମିଡିଆ ପରି ଟେଲିଗ୍ରାମରୁ ବି ରୋଜଗାର କରିପାରିବେ । ସାଧାରଣତଃ ୟୁ-ଟ୍ୟୁବ, ଫେସବୁକ୍, ଟିକଟକ୍, ଇନଷ୍ଟାଗ୍ରାମରୁ ରୋଜଗାର ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ସେହିପରି ଟେଲିଗ୍ରାମରେ ଇନକମ ଜେନେରେଟ୍ କରିବା ପାଇଁ ଅନେକ ତରିକା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ ।

୧- ଟେଲିଗ୍ରାମରେ ଆପଣ ଆଡ୍ ସେଲିଂ, ପେଡ୍ ସବସ୍କ୍ରିପସନ ମାଧ୍ୟମରେ ଇନକମ୍ କରିପାରିବେ । ଯଦି ଆପଣମାନେ ଚାହିଁବେ ଯେ କୌଣସି କମ୍ପାନୀର ପ୍ରଡକ୍ଟକୁ ଆପଣଙ୍କ ଚ୍ୟାନେଲରେ ସେଲ କରିପାରିବେ । ଏକ ଫ୍ରିଲାନ୍ସ ଡିଜାଇନର ଚ୍ୟାନେଲରେ ଆପଣ ସମସ୍ତ ପ୍ରକାର ଡିଜାଇନ ଟିପ୍ସ ପ୍ରମୋସନ କରି ନିଜର ଗିଗ୍ ସେଲିଂ କରିପାରିବେ । ସେହିପରି ଏଜୁକେସନ ଚ୍ୟାନେଲରେ ମଧ୍ୟ ଆପଣ ବିଭିନ୍ନ ପ୍ରକାର କୋର୍ସ ସେଲିଂ କରିପାରିବେ ।

୨- ଟେଲିଗ୍ରାମ ଚ୍ୟାନେଲରେ ଆପଣ ପେଡ୍ ପୋଷ୍ଟ କରି ରୋଜଗାର କରିପାରିବେ । ଏ କ୍ଷେତ୍ରରେ ଅନ୍ୟ ୱେବସାଇଟର କଣ୍ଟେଣ୍ଟକୁ ନିଜ ଚ୍ୟାନେଲରେ ପୋଷ୍ଟ କରିବାକୁ ହୋଇଥାଏ । ଫଳରେ ଉକ୍ତ ୱେବସାଇଟର ଅଡିଏନ୍ସ ସଂଖ୍ୟା ବୃଦ୍ଧି ପାଇଥାଏ ।

୩- ରେଫର କରି ରୋଜଗାର କରିବା ହେଉଛି ଟେଲିଗ୍ରାମର ଅନ୍ୟ ଏକ ମାଧ୍ୟମ । ଆପଣ ନିଜ ଚ୍ୟାନେଲରେ ବିଭିନ୍ନ ପ୍ରକାର ଆପକୁ ନିଜ ଅଡିଏନ୍ସଙ୍କୁ ରେଫର କରି କମିଶନ ପାଇପାରିବେ । ଏଥିରେ ଆପଣ ଘରେ ବସି ଉକ୍ତଯୁକ୍ତ ଷ୍ଟ୍ରାଟେଜି ଆପ୍ଲାଏ କରି ଇନକମ୍ କରିପାରିବେ ।

୪- ଯଦି ଆପଣଙ୍କ ଟେଲିଗ୍ରାମ ଗ୍ରୁପରେ ଅଧିକ ସଂଖ୍ୟାରେ ଫଲୋଅର୍ସ ରହିଥିବେ, ତେବେ ଆପଣ ଏହାର ଉପଯୋଗ କରି ଆଫିଲିଏଟ ମାର୍କେଟିଂ, ରିସେଲିଂରୁ ଇନକମ୍ କରିପାରିବେ । ଏହାଛଡ଼ା ଇନକମ୍ ପାଇଁ ଚ୍ୟାନେଲ ସେଲିଂ, ଲିଙ୍କ ସର୍ଟନର, ସ୍ପନସରସିପ, ଟ୍ରାଫିକ ସୋର୍ସ ଆଦି ମାଧ୍ୟମ ରହିଛି ।

Get real time updates directly on you device, subscribe now.