fbpx

ଫାର୍ମା କମ୍ପାନୀ ଉପରେ ଆଇଟି ରେଡ୍; ମିଳିଲା ୫୫୦ କୋଟିର କଳାଧନ

ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ ଗ୍ରୁପରେ ଆଇଟି ବିଭାଗର ରେଡ୍ । ଶନିବାର କମ୍ପାନୀ ଉପରେ ରେଡ୍ କରାଯାଇ ପ୍ରାୟ ୫୫୦ କୋଟିର କଳାଧନକୁ ଜବତ କରାଯାଇଛି । ଅକ୍ଟୋବର ୬ ତାରିଖରେ ହାଇଦ୍ରାବାଦର ଏକ ବଡ଼ ଫାର୍ମା ଗ୍ରୁପ ଉପରେ ଆଇଟି ଡିପାର୍ଟମେଣ୍ଟ ରେଡ୍ କରିଥିଲା । ୬ ରାଜ୍ୟର ୫୦ ଟି ସ୍ଥାନରେ ଏହି ସର୍ଚ୍ଚ ଅପରେସନ ହୋଇଥିଲା । ସର୍ଚ୍ଚ ଅପରେସନରେ ଅନେକ ଭୁଲ ତଥ୍ୟ ସହ ବେଆଇନ ନଗଦ ଟଙ୍କା ମିଳିଥିଲା । ବେଆଇନ ତଥ୍ୟ ସମ୍ବଳିତ ଡିଜିଟାଲ ମିଡିଆ, ପେନ ଡ୍ରାଇଭ, ଡକ୍ୟୁମେଣ୍ଟକୁ ସିଜ୍ କରାଯାଇଥିଲା । ଏହି ସର୍ଚ୍ଚ ସମୟରେ ବେନାମୀ ସଂସ୍ଥାଗୁଡ଼ିକରୁ କ୍ରୟ କରାଯାଇଥିବାର ସୂଚନା ମିଳିଛି ।

ଏହା ସହ ଜମି କିଣାରେ ହେରଫେର ହୋଇଥିବା ନେଇ ମଧ୍ୟ ପ୍ରମାଣ ମିଳିଛି । ଅନେକ ନ୍ୟାୟିକ ସମସ୍ୟା ଥିବା ପ୍ରମାଣ ମଧ୍ୟ ମିଳିଥିଲା । ଯେମିତିକି ବ୍ୟକ୍ତିଗତ ଖର୍ଚ୍ଚକୁ କମ୍ପାନୀ ଖର୍ଚ୍ଚ ଦର୍ଶାଯାଇଥିଲା ଏବଂ ସରକାରୀ ପଞ୍ଜୀକରଣ ମୂଲ୍ୟରୁ କମରେ ଜମି କିଣାଯାଇଥିବାର ମଧ୍ୟ ପ୍ରମାଣ ମିଳିଥିଲା । ସର୍ଚ୍ଚରେ ଅନେକ ବ୍ୟାଙ୍କରେ କମ୍ପାନୀର ଲକର ଥିବା ଜଣାପଡ଼ିଥିଲା । ଏହା ମଧ୍ୟରୁ ୧୬ଟି ଚାଲୁ ରହିଥିବା ଜଣାପଡ଼ିଛି । ଏହି ସର୍ଚ୍ଚରେ ୧୪୨.୮୭ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା ଯାହାର କୌଣସି ତଥ୍ୟ ମିଳିନାହିଁ । ସର୍ଚ୍ଚରେ ସମୁଦାୟ ବେଆଇନ ଆୟ ୫୫୦ କୋଟିର ରହିଛି । ତେବେ ଘଟଣାରେ ଆଗକୁ ତଦନ୍ତ ଜାରି ରହିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.