fbpx

Income Tax Return Filing : ଅନଲାଇନ୍ ITR-1 ଏବଂ ITR-4 ଫର୍ମ ପ୍ରକାଶ ପାଇଛି, ଜାଣନ୍ତୁ କିଏ ଆବେଦନ କରିବେ ଏବଂ କେମିତି..

ନୂଆଦିଲ୍ଲୀ: ଟିକସଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ITR-1 ଫର୍ମ ଏବଂ ITR-4 ଫର୍ମ ଅନଲାଇନରେ ଜାରି କରାଯାଇଛି । ଏହାପୂର୍ବରୁ ଆୟକର ବିଭାଗ ଏହି ଦୁଇଟି ଫର୍ମକୁ ୨୫ ଏପ୍ରିଲରୁ ଅଫଲାଇନରେ ଜାରି କରିଥିଲା। ଆୟକର ବିଭାଗର ବିଜ୍ଞପ୍ତି ଅନୁଯାୟୀ, ITR-1 ଏବଂ ITR-4 ଅର୍ଥାତ୍ ମୂଲ୍ୟାଙ୍କନ ଫର୍ମ ୨୦୨୩-୨୪ ପାଇଁ ଉଭୟ ଫର୍ମ ମଧ୍ୟ ଅଫଲାଇନରେ ଉପଲବ୍ଧ ରହିଛି । ପୂର୍ବ ଏବଂ ପୂର୍ଣ୍ଣ ତଥ୍ୟ ଅନୁଯାୟୀ ଏହି ଦୁଇଟି ଫର୍ମ ଆୟକର ବିଭାଗର ୱେବସାଇଟରୁ ଡାଉନଲୋଡ୍ ହୋଇପାରିବ । ସଞ୍ଚୟ ଆକାଉଣ୍ଟରୁ ସୁଧ, ସ୍ଥିର ଜମା ବା ଫିକ୍ସଡ୍ ଡିପୋଜିଟ୍ ଇତ୍ୟାଦି ଅନଲାଇନ୍ ଫର୍ମ -୧୬ ରେ ବିବରଣୀ ଦିଆଯିବ । ତେଣୁ ଆୟକର ଫର୍ମ ପୂର୍ଣ୍ଣ କରିବା ପୂର୍ବରୁ ଏହା ଜାଣିବା ଆବଶ୍ୟକ ଯେ କେଉଁ ପର୍ମରେ କେଉଁ ତଥ୍ୟ ଦିଆଯିବ ଓ କିଏ କେଉଁ ଫର୍ମ ଭରିବା ଉଚିତ୍ ।

କେଉଁମାନେ ଆଇଟିଆର ଫର୍ମ ପୂରଣ କରିବେ
ଆଇଟିଆର-୧ ଅନୁଯାୟୀ ଜଣେ ସ୍ଥାୟୀବାସିନ୍ଦା ବ୍ୟକ୍ତିଙ୍କ ହିଁ ଏହି ଫର୍ମ ଦାଖଲ କରିପାରିବେ । ଆର୍ଥିକ ବର୍ଷରେ ମୋଟ ଆୟ ₹ ୫୦ ଲକ୍ଷରୁ ଅଧିକ ହେବ ନାହିଁ ।
ଦରମା, ଘର ସମ୍ପତ୍ତି, ପରିବାର ପେନ୍ସନ୍ ଆୟ, କୃଷି ଆୟ (₹ ୫୦୦୦ / – ପର୍ଯ୍ୟନ୍ତ) ଏବଂ ଅନ୍ୟାନ୍ୟ ଉତ୍ସରୁ ଆସୁଥିବା ଆୟର ବିବରଣୀ ଏହି ଫର୍ମରେ ପୂରଣ କରାଯିବ ।
ସେହିପରି ସଞ୍ଚୟ ଆକାଉଣ୍ଟରୁ ସୁଧ, ଜମା (ବ୍ୟାଙ୍କ / ଡାକଘର / ସମବାୟ ସମିତି) ରୁ ସୁଧ, ଆୟକର ଫେରସ୍ତରୁ ସୁଧ, ବର୍ଦ୍ଧିତ କ୍ଷତିପୂରଣ ଉପରେ ସୁଧ ଇତ୍ୟାଦି ଏହି ଫର୍ମରେ ପୂରଣ କରାଯିବ ।

ଆଇଟିଆର ଫର୍ମ -୪ କିଏ ଦାଖଲ କରିପାରିବ?
ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଇଟିଆର-୪ ଦାଖଲ କରିବାକୁ ଜଣେ ବ୍ୟକ୍ତି ଜଣଙ୍କ ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ଆଇଟିଆର-୪ ଫର୍ମ ପୂରଣ ପାଇଁ ମଧ୍ୟ ଆଇଟିଆର -୧ ସହ ସମାନ ଯୋଗ୍ୟତ ରହିଛି ।
ଆର୍ଥିକ ବର୍ଷରେ ₹ ୫୦ ଲକ୍ଷରୁ ଅଧିକ ରୋଜଗାର ହୋଇନଥିବ ।
ବ୍ୟବସାୟ ଏବଂ ବୃତ୍ତିରୁ ଆୟ ଯାହା ଧାରା  44AD, 44ADA ଅନୁଯାୟୀ ଏକ ଅନୁମାନ ଆଧାରରେ ହିସାବ କରାଯିବ । ଦରମା / ପେନ୍ସନ୍, ଗୋଟିଏ ଘର ସମ୍ପତ୍ତି, କୃଷି ଆୟ ୫୦୦୦ / – ପର୍ଯ୍ୟନ୍ତ ଫର୍ମରେ ବିବରଣୀ ଦିଆଯିବ । ଲଟେରୀ ଏବଂ ଘୋଡା ଦୌଡରୁ ଆୟ ବାଦ ଦିଆଯିବ । ସେହଭଳି ସଞ୍ଚୟ ଆକାଉଣ୍ଟରୁ ସୁଧ, ଜମା ଉପରେ ସୁଧ (ବ୍ୟାଙ୍କ / ଡାକଘର / ସମବାୟ ସମିତି), ଆୟକର ଫେରସ୍ତରୁ ସୁଧ, ପରିବାର ପେନ୍ସନ୍, ବର୍ଦ୍ଧିତ କ୍ଷତିପୂରଣ ଉପରେ ସୁଧ ଆଦି ଏହି ଫର୍ମରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ ।

Get real time updates directly on you device, subscribe now.