fbpx

ପୁଣି ବଢ଼ିଲା ଆୟକର ଫର୍ମ ଦାଖଲ ଅବଧି, ଜାଣନ୍ତୁ କେତେ ତାରିଖ ଭିତରେ ଦାଖଲ କରିବେ ଫର୍ମ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ଆୟକର ପଇଠ କରିବାରେ ଟିକସଦାତାମାନେ ସମସ୍ୟା ସାମ୍ନା କରୁଥିବାରୁ ଆୟକରର ବିଭିନ୍ନ ଫର୍ମ ଦାଖଲର ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି । ଫର୍ମ ନଂ-୧୦ଏ ଓ ଫର୍ମ ନଂ- ୧୦ଏବି, ଦାଖଲ ଅବଧିକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଫର୍ମ ନଂ-୧, ଫର୍ମ ନଂ- ୧୫ସିସି, ଫର୍ମ ନଂ-୧୫ଜି/୧୫ଏଚ୍‌, ଫର୍ମ ୨ ଏସ୍‌ଡବ୍ଲୁଏସ୍‌, ଫର୍ମ ନଂ-୧୦ବିବିବି, ଫର୍ମ ନଂ- ୩ସିଇଏସି, ଫର୍ମ ନଂ-୩ସିଇଏଡି ଓ ଫର୍ମ ନଂ- ୩ସିଇଏଇର ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ଦାଖଲ କରିବାର ଅବଧିକୁ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଉ କେତେକ ଫର୍ମ ଦାଖଲ କରିବା ଅବଧିକୁ ୨୦୨୧ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସିବିଡିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ବିବାଦ ସେ ବିଶ୍ୱାସ ସ୍କିମ୍‌ର ଅବଧିକୁ ମଧ୍ୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫର୍ମ ନଂ-୩ ଜାରି କରିବା ଏବଂ ସଂଶୋଧନ କରିବାରେ ସମସ୍ୟା ରହିଥିବାରୁ ଏହି ସ୍କିମ୍‌ର ଅବଧି ବଢ଼ାଇବା ଲାଗି ସିବିଡିଟି ନିଷ୍ପତ୍ତି ନେଇଛି । ଏ ସମ୍ପର୍କିତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ଜାରି କରାଯିବ । ତେବେ ଅର୍ଥରାଶି ଦାଖଲ କରିବାର ଶେଷ ତାରିଖ (୨୦୨୧ ଅକ୍ଟୋବର ୩୧)ରେ କେଣସି ପରିବର୍ତ୍ତନ କରାଯାଇନାହିଁ ।

Get real time updates directly on you device, subscribe now.