fbpx

ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ଭୁବନେଶ୍ୱର, ୩୦ା୧ (ଓଡିଶା ଭାସ୍କର): ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜର ହାଉସ ସର୍ଜନ ଏଥିରେ ଉପକୃତ ହୋଇପାରିବେ । ତେବେ ମାସିକ ୨୦ ହଜାରରୁ ୨୮ ହଜାରକୁ ଏହି ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ଏନେଇ ଡିଏମଇଟିଙ୍କୁ ଉପସଚିବ ଏକ ଚିଠି ଲେଖିଥିବା ଜଣାପଡ଼ିଛି ।

ଆଗାମୀ ୩ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଥିବା ଜଣାପଡ଼ିଛି । ତେବେ ଜାନୁଆରୀ ୧ ତାରିଖ ଠାରୁ ଏହି ବୃଦ୍ଧି ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ବୃଦ୍ଧି ନେଇ ଦାବି କରିଆସୁଥିଲେ ।

Get real time updates directly on you device, subscribe now.