IND vs AUS: କାଲି ଏହି ୩ ଜଣ ଖେଳାଳିଙ୍କୁ ମିଳିବନି ମଉକା ,ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ କଣ ହେଇପାରେ ପରିବର୍ତ୍ତନ, ଦେଖନ୍ତୁ …

IND vs AUS:କାଲି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ପରିବର୍ତ୍ତନ ହୋଇପାରେ...

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ଏବେ ୨-୧ ସ୍ଥିତିରେ ରହିଛି । ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ବାତି ହୋଇଯାଇଥିଲା।

ଗାବାରେ ଖେଳାଯିବାକୁ ଥିବା ଏହି ମୁକାବିଲା ବେଶ୍‌ ଗୁରୁତ୍ବ ବହନ କରିବ । କିନ୍ତୁ ଭାରତ ପାଇଁ ସେତେଟା ଚିନ୍ତାଜନକ ବିଷୟ ନୁହେଁ । କାରଣ ଭାରତ ଏବେ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି । ଶେଷ ମ୍ୟାଚ୍‌ ଜିତିଲେ ସିରିଜ୍‌ ବିଜୟୀ ହେବ । ଯଦି ଭାରତ ପରାସ୍ତ ହେଉଛି ତେବେ ସିରିଜ୍‌ ବରାବର ହେବ ।

ପରବର୍ତ୍ତୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ଭାରତକୁ ପରାସ୍ତ କରିବା ସହ ସିରିଜରେ ଆଗୁଆ ହୋଇଥିଲା । ଆଉ ୩ୟ ଏବଂ ୪ର୍ଥ ମୁକାବିଲାରେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିବା ସହିତ ସିରିଜ୍‌ରେ ଆଗୁଆ ହୋଇଯାଇଛି । ଆସନ୍ତାକାଲି ଅର୍ଥାତ ନଭେମ୍ବର ୮ ତାରିଖରେ ୫ମ ତଥା ଶେଷ ଟି-୨୦ ମୁକାବିଲା ଖେଳାଯିବ ।

ତେବେ ୫ମ ମୁକାବିଲାରେ କିଭଳି ରହିବ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍? କିଏ ଖେଳିବେ କିଏ ବସିବେ? ନଜର ପକାନ୍ତୁ ସମ୍ଭାବ୍ୟ ଏକାଦଶ ଉପରେ…
ସେହିଭଳି ୪ର୍ଥ ସ୍ଥାନରେ ବ୍ୟାଟିଂ କରିବେ ତିଲକ ବର୍ମା । ଯିଏକି ଗତ କିଛି ଦିନ ହେଲା ସମସ୍ତଙ୍କୁ ବେଶ୍‌ ପ୍ରଭାବିତ କରିଛନ୍ତି । ଏସିଆ କପ୍‌ରେ କମାଲ କରିଥିଲେ ତିଲକ ବର୍ମା ।

ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍‌ ଓପନିଂ କରିବା ଏକ ପ୍ରକାର ସ୍ପଷ୍ଟ । ସେହିଭଳି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ୟ ସ୍ଥାନରେ ବ୍ୟାଟିଂ କରିବେ ।
ଓ୍ବିକେଟ୍ କିପର ବ୍ୟାଟର ଭାବେ ଜିତେଶ ଶର୍ମାଙ୍କୁ ପୁଣି ଦେଖିବାକୁ ମିଳିପାରେ । ପ୍ରଥମ ଦୁଇଟି ମୁକାବିଲାରେ ସୁଯୋଗ ପାଇଥିବା ସଞ୍ଜୁ ସେଭଳି କିଛି କମାଲ କରିପାରିନଥିଲେ । ୩ୟ ମ୍ୟାଚ୍‌ରେ ତାଙ୍କୁ ବାଦ୍ ଦିଆଯାଇ ଜିତେଶ ଶର୍ମାଙ୍କୁ ମିଳିଥିଲା ସୁଯୋଗ ।

ମିଡିଲ୍‌ ଅର୍ଡରରେ ଦୁଇ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ ପ୍ଲେଇଂ ଇଲେଭେନରେ ରହିବା ଏକ ପ୍ରକାର ନିଶ୍ଚିତ । ଉଭୟ ଦମଦାର ଫର୍ମରେ ଅଛନ୍ତି । ୪ର୍ଥ ମ୍ୟାଚ୍‌ରେ କମାଲ କରିଥିଲେ ଓ୍ବାଶିଂଟନ ସୁନ୍ଦର ।

ସେହିଭଳି ସ୍ପିନର ଭାବେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିବ । ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଓ ଅର୍ଶଦୀପ ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଭାରତର ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଜିତେଶ ଶର୍ମା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ଏବଂ ଜସପ୍ରୀତ ବୁମରାହ । ସେହିଭଳି ବେଞ୍ଚରେ ବସିବେ ସଞ୍ଜୁ ସାମସନ, ରିଙ୍କୁ ସିଂହ ଏବଂ ଶିବମ ଦୁବେ ।