IND VS NZ: ରନ୍ କରିବାକୁ ସଂଘର୍ଷ କରି ମ୍ୟାଚ ହାରିଲା ନ୍ଯୁଜଲ୍ଯାଣ୍ଡ; ଭାରତ ଦେଲା କଡ଼ା ଟକ୍କର, ଟାର୍ଗେଟ ରନକୁ ଛୁଇଁ ପାରିଲାନି ବିପକ୍ଷ ଟିମ୍…
ଜିତିଲା ଭାରତ, ହାରିଲା ନ୍ଯୁଜଲ୍ଯାଣ୍ଡ...
ଓଡିଶା ଭାସ୍କର: ଜିତିଲା ଭାରତ। ରନ ପାଇଁ ଜୋରଦାର ଲଢେଇ କରୁଥିଲେ ନ୍ଯୁଜଲ୍ଯାଣ୍ଡ ବ୍ଯାଟ୍ସମ୍ଯାନ୍। ସହଜରେ ବାଜି ମାରିନେଲା ଟିମ୍ ଇଣ୍ଡିଆ। ପଡିଆରେ ଶୁଭିଲେ ଇଣ୍ଡିଆ ଇଣ୍ଡିଆ। ସିରିଜ ଆରମ୍ଭରୁ ମ୍ୟାଚ ଜିତିଲା ଭାରତ।
ଭାରତ ଓ ନ୍ଯୁଜଲ୍ଯାଣ୍ଡ ମଧ୍ୟରେ ପାଞ୍ଚ ମ୍ଯାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ଯାଚ ମହାରାଷ୍ଟ୍ରର ବିଦର୍ଭା ଷ୍ଟାଡିଅମରେ ଖେଳାଯାଇଥିଲା। ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ବାଜି ମାରିଛି।
ପ୍ରଥମେ ନ୍ଯୁଜଲ୍ଯାଣ୍ଡ ଟସ ଜିତି ଫିଲ୍ଡିଙ୍ଗ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ବ୍ଯାଟିଙ୍ଗ କରିବାକୁ ଆସି ଏକ ଦମଦାର ପାଳି ଖେଳିଥିଲା। ଆରମ୍ଭରୁ ସଞ୍ଜୁ ଓ ଅଭିଷେକ ଶର୍ମା ବ୍ଯାଟିଙ୍ଗ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲେ।
ମାତ୍ର ସଞ୍ଜୁସାମସନ 10 ରନ କରି ଆଉଟ ହୋଇଯାଇଥିଲା। ପରେ ଖେଳ ଆରମ୍ଭରୁ ରହି ଲମ୍ବା ସ୍କୋର ହାସିଲ କରିଥିଲେ ଅଭିଷେକ ଶର୍ମା। 35 ଟି ବଲ ଖେଳି 84 ରନ କରିଥିଲେ।ଏଥିରେ 5ଟି ଚଉକା ଓ 8ଟି ଛକା ସାମିଲ ଥିଲା।
ଅନ୍ଯପଟେ 8 ନମ୍ବରରେ ବ୍ଯାଟିଙ୍ଗ କରିବା ପାଇଁ ଆସି ରିଙ୍କୁ ସିଂ ଲମ୍ବା ପାଳି ଖେଳିଥିଲେ।ମୋଟ 44 ରନ ହାସିଲ କରିଥିଲେ। କ୍ଯାପଟେନ ସୂର୍ଯ୍ଯକୁମାର ଯାଦବ ମଧ୍ୟ 32ରନ କରିଥିଲେ।ନ୍ଯୁଜଲ୍ଯାଣ୍ଡ ଦଳ ଆରମ୍ଭରୁ ଦୁଇଟି ୱିକେଟ ନେଇଥିଲେ ମଧ୍ୟ ଭାରତୀୟ ବ୍ଯାଟ୍ସମ୍ଯାନ ଲମ୍ବା ସ୍କୋର କରିବାରେ ସଫଳ ହୋଇଥିଲେ। ଭାରତ 20 ଓଭର ସୁଦ୍ଧା 7ଟି ୱିକେଟ ହରାଇ 238 ରନ କରିପାରିଥିଲା।
ଅନ୍ଯପଟେ ଯଦି ଦେଖିବା ଭାରତର ପ୍ରଭାବଶାଳୀ ବୋଲିଂ ପାଇଁ ନ୍ଯୁଜଲ୍ଯାଣ୍ଡ ଖେଳାଳି ଛକା, ଚଉକା ବର୍ଷା କରିପାରିନଥିଲେ। ପ୍ରେସର ବୋଲିଙ୍ଗ ଭିତରେ ଭାରତ ଏକ ଦମଦାର ବିଜୟ ହାସିଲ କରିଛି। ନ୍ଯୁଜଲ୍ଯାଣ୍ଡ ତରଫରୁ ଫିଲିପ୍ସ ସର୍ବାଧିକ 78 ରନର ପାଳି ଖେଳିଥିଲେ। ମାର୍କ ଚାମ୍ପନ 39 ଓ ମିଚେଲ 20ରନର ଲମ୍ବା ପାଳି ଖେଳିଥିଲେ।
ଭାରତ ତରଫରୁ ବରୁଣ ଚକ୍ରବର୍ତ୍ତୀ ଦୁଇଟି, ଅର୍ଶଦୀପ, ହାର୍ଦ୍ଦିକ ଓ ଅକ୍ସର ପଟେଲ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ, ଶିବମ ଦୁବେ ମଧ୍ୟ ଦୁଇଟି ୱିକେଟ ନେଇଥିଲେ। 48 ରନ ରେ ପରାଜିତ ହେଲା ନ୍ଯୁଜଲ୍ଯାଣ୍ଡ।
ସୂଚନାଯୋଗ୍ଯ ଯେ ଭାରତ ଓ ନ୍ଯୁଜଲ୍ଯାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି।ଭାରତ ଗୋଟିଏ ସିରିଜ ଜିତିଥିବା ବେଳେ ବିପକ୍ଷ ଦଳ ଦୁଇଟି ଜିତି ସିରିଜ ହାତେଇଥିଲା। ଏଣୁ ବାରତ ନିଶ୍ଚିନ୍ତ ଭାବେ ଏହି ସିରିଜରେ ବାଜି ମାରିବା ପାଇଁ ପ୍ରୟାସ କରିବ।
