IND vs SA 1st Test: ଗିଲଙ୍କ ଠାରୁ ଅଧିକ ମ୍ଯାଚ ଜିତିଛନ୍ତି ଦକ୍ଷିଣ ଆଫ୍ରିକା କ୍ଯାପଟେନ; ଭାରତ ଆଗରେ ବଡ଼ ଚ୍ଯାଲେଞ୍ଜ…

କିପରି ରହିବ ପାଗ ଜାଣନ୍ତୁ,..

ଓଡିଶା ଭାସ୍କର: ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ଯାଚ। ଏହା ଆଗରୁ କିପରି ରହିବ ପିଚ ଓ କାହାକୁ ସୁହାଇବା, କିଏ ,କେତୋଟି ମ୍ଯାଚ ଜିତିଛନ୍ତି ସେ ବାବଦରେ ଚର୍ଚ୍ଚା କରାଯାଉଛି। ତେବେ କଣ ଜାଣିଛନ୍ତି କି ଗତ ୨୫ ବର୍ଷ ମଧ୍ୟରେ, ଟିମ୍ ଇଣ୍ଡିଆ ଏଠାରେ କେବଳ ଗୋଟିଏ ଟେଷ୍ଟ ହାରିଛି।

ଭାରତୀୟ କ୍ରିକେଟ୍ ଦଳ ଶେଷ ଥର ପାଇଁ ୨୦୧୨ ମସିହାରେ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ପରାସ୍ତ ହୋଇଥିଲା। ଏଣୁ ଏହା ଭାରତୀୟ ଟିମ ପାଇଁ ସାମାନ୍ଯ ଆସ୍ବସ୍ତିକର ହେବ ବୋଲି କୁହାଯାଉଛି। ଅନ୍ଯପଟେ ଯଦି ଦେଖିବା ଟେମ୍ବା ବାଭୁମା ଅଧିନାୟକ ଭାବରେ କେବେ ବି କୌଣସି ଟେଷ୍ଟ ହାରି ନାହାଁନ୍ତି।

ଟେମ୍ବା ବାଭୁମା ଅଧିନାୟକ ଭାବରେ ୧୦ଟି ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ଦକ୍ଷିଣ ଆଫ୍ରିକା ଏଥିମଧ୍ୟରୁ ନଅଟି ଜିତିଛି ଏବଂ ଗୋଟିଏ ଟେଷ୍ଟ ଡ୍ରରେ ଶେଷ ହୋଇଛି।

ଏହା ଶୁଭମନ ଗିଲଙ୍କ ଅଧିନାୟକ ଭାବରେ ଅଷ୍ଟମ ଟେଷ୍ଟ ହେବ। ସେ ଭାରତରେ ତାଙ୍କର ପୂର୍ବ ଦୁଇଟି ମ୍ୟାଚ୍ ଜିତିଛନ୍ତି, ମାତ୍ର ଇଂଲଣ୍ଡରେ, ସେ ତାଙ୍କର ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଛନ୍ତି, ଦୁଇଟି ହାରିଛନ୍ତି ଏବଂ ଗୋଟିଏ ଡ୍ର ହୋଇଛି।

ଶୁଭମନ ଗିଲ୍ ବିଶ୍ୱାସ କରନ୍ତି ଯେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ସହଜ ହେବ ନାହିଁ, କାରଣ ସେମାନେ ଡିଫେଣ୍ଡିଂ WTC ଚାମ୍ପିଅନ୍ ଏବଂ ଏକ ତଗଡା ରଣନୀତି ସହ ସେମାନେ ଗତ ମ୍ଯାଚକୁ ଡ୍ର କରି ଫେରିଛନ୍ତି। ତେବେ ଚାଲନ୍ତୁ ଜାଣିବା କିପରି ରହିବ ଆସନ୍ତାକାଲିର ପାଗ।

ଏଠାରେ କିପରି ରହିଛି ଭାରତର ପ୍ରଦର୍ଶନ: କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମର ୧୯୩୪ ମସିହାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଭାରତ ଏଠାରେ ମୋଟ ୪୨ଟି ଟେଷ୍ଟ ଖେଳିଛି, ୧୩ଟିରେ ଜିତିଛି ଏବଂ ୯ଟିରେ ପରାଜିତ ହୋଇଛି। ୨୦ଟି ଟେଷ୍ଟ ଡ୍ର ରହିଛି।

୨୦୦୦ ମସିହାରୁ, ଭାରତ ଇଡେନ ଗାର୍ଡେନ୍ସରେ ୧୨ଟି ଟେଷ୍ଟ ଖେଳିଛି, ୮ଟିରେ ଜିତିଛି ଏବଂ ମାତ୍ର ଗୋଟିଏରେ ହାରିଛି । ୨୦୧୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଗୋଟିଏ ମ୍ଯାଚରେ ହାରିଛି । ତିନୋଟି ଟେଷ୍ଟ ଡ୍ର ହୋଇଥିଲା।

ଇଡେନ୍ ଗାର୍ଡେନ୍ସ ପିଚ୍ କିପରି ରହିବ: ଶୁବମନ ଗିଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ପିଚ୍ ବିଷୟରେ କହିଥିଲେ। ସେ କହିଥିଲେ ଯେ ଏହା ଏକ ସାଧାରଣ ଭାରତୀୟ ପିଚ୍ ପରି ଦେଖାଯାଉଛି। ଯଦି ଆଗ ପ୍ଲେୟାର୍ସଙ୍କ କଥା ଦେଖିବା ଏହି ପିଚରେ ସ୍ପିନର ମାନଙ୍କ ଯାଦୁ କାମ କରିଥାଏ।

ଏଠାରେ ହୋଇଥିବା ମ୍ଯାଚରେ ହରଭଜନ ସିଂହ ଏବଂ ଅନିଲ କୁମ୍ବଲେ ପ୍ରମୁଖ ୱିକେଟ୍ ନେବାରେ ସଫଳ ରହିଛନ୍ତି। ସ୍ପିନରଙ୍କ ବଲକୁ ଜଗି କରି ଖେଳିବାକୁ ପଡିବ।

କିପରି ରହିବ ପ୍ରଥମ ଦିନର ପାଗ: ମ୍ୟାଚ୍ ପାଇଁ ପାଗ ପୂର୍ବାନୁମାନ କରାଯାଇଛି। ଏଥିରେ କୁହାଯାଇଛି କି ଆସନ୍ତାକାଲି କୋଲକାତାରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଦିନର ତାପମାତ୍ରା ୨୬ ରୁ ୨୮ ଡିଗ୍ରୀ ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି। ଏହାର ଅର୍ଥ ହେଉଛି ପ୍ରତ୍ୟେକ ସେସନ୍ ସମୟ ଅନୁସାରେ ଆରମ୍ଭ ଏବଂ ଶେଷ ହେବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ପାଇଁ ଟସ୍ ସକାଳ ୯:୦୦ ରେ ପଡିବ। ସମସ୍ତ ପାଞ୍ଚ ଦିନ ସକାଳ ୯:୩୦ ରେ ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରିତ ହେବ ଏବଂ JioHotstar ଆପ୍ ଏବଂ ୱେବସାଇଟରେ ସିଧା ପ୍ରସାରଣ କରାଯିବ।