IND VS SA: ଫାଇନାଲ ଲଢେଇରେ ଆଜି ଜିତିବ କିଏ ? ଦଳରେ ଦୁଇ ନୂଆ ଖେଳାଳିଙ୍କୁ ସାମିଲ କରିପାରେ ଟିମ ଇଣ୍ଡିଆ, ତଗଡା ହେବ ମ୍ଯାଚ୍…
ଭାରତ ନା ଦକ୍ଷିଣ ଆଫ୍ରିକା ଜିତିବ କିଏ ?
IND VS SA: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଟି-ଟ୍ବେଣ୍ଟି ମ୍ଯାଚ ଖେଳାଯିବ। ଦୁଇ ଦଳ କରବା ମର ପରିସ୍ଥିତିରେ ଆଜିର ମ୍ଯାଚରେ ଜିତିବା ପାଇଁ ପ୍ରୟାସ କରିବେ। ଗୋଟିଏ ପଟେ ଭାରତ ଆଜିର ମ୍ଯାଚ ଜିତି ସିରିଜ ହାତେଇବାକୁ ଚାହିଁବ ଅନ୍ଯପଟେ ଦକ୍ଷିଣ ଆଫ୍ରିକା ଆଜିର ମ୍ଯାଚରେ ବିଜୟୀ ହୋଇ ସିରିଜ ବରାବର କରିବା ପାଇଁ ଚାହିଁବ।
ତେବେ ଏହାରି ଭିତରେ ଭାରତର ପ୍ଲେଇଙ୍ଗ ଇଲେଭେନ ଦଳରେ ଅନେକ ପରିବର୍ତ୍ତନ କରାଯାଇଛି। ଆଜି ଦଳରୁ ଗିଲ ଆଉଟ ହେବା ସହ ସଞ୍ଜୁ ସାମସନଙ୍କୁ ଖେଳରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।
ଏପରିକି ବୁମରାହ ମଧ୍ୟ ଦଳକୁ ଫେରିସାରିଛନ୍ତି ବୋଲି ସୂଚନା ଆସି ସାରିଛି। ଏଣୁ ଆଜି ପ୍ଲେଇଙ୍ଗ ଇଲେଭେନରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ଯଦି ଦେଖିବା ଭାରତ ଆଗରୁ ଦୁଇଟି ମ୍ଯାଚ ଜିତି ଏହି ସିରିଜରେ ଆଗୁଆ ରହିଛି ଅନ୍ଯପଟେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ଯାଚରେ ବିଜୟୀ ହୋଇଛି। ଯଦି ଭାରତ ଆଜି ବିଜୟୀ ହୁଏ ତେବେ 3-1ରେ ମ୍ଯାଚ ଜିତିବ।
ମାତ୍ର ଯଦି ଦକ୍ଷିଣ ଆଫ୍ରିକା ବାଜି ମାରି ନିଏ ତେବେ 2-2ରେ ସିରିଜ ବରାବର ହୋଇଯିବ। ସୂଚନାଯୋଗ୍ଯ ଯେ ପାଞ୍ଚ ମ୍ଯାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ଚତୁର୍ଥ ମ୍ଯାଚ ଉତ୍ତରପ୍ରଦେଶର ଲକ୍ଷ୍ନୋରେ ହେବାକୁ ସ୍ଥିର କରାଯାଇଥିଲା।
ମାତ୍ର ଅତ୍ଯଧିକ କୁହୁଡି ପଡିବାରୁ ଶେଷରେ ମ୍ଯାଚ ହୋଇପାରି ନଥିଲା। ଏପରିକି ଟସ ମଧ୍ୟ ପଡି ନଥିଲା। ଶାଢେ 6ରୁ ଆରମ୍ଭ ହୋଇ ଅନେକ ସମୟ ଯାଏଁ ପର୍ଯ୍ଯବେକ୍ଷଣ କରାଯାଇଥିଲା।
ଆଉ ଶେଷରେ ରାତି ପ୍ରାୟ ଶାଢେ 9 ବେଳକୁ ମ୍ଯାଚ ବନ୍ଦ କରି ଦିଆଯାଇଥିଲା। ତେବେ ଆଜିର କର ବା ମର ପରିସ୍ଥିତିରେ ଦେଖାଯାଉ କେଉଁ ଦଳ ବାଜି ମାରୁଛି।
ଭାରତର ପ୍ଲେଇଙ୍ଗ ଇଲେଭେନ୍: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (WK), ସୂର୍ଯ୍ୟକୁମାର ଯାଦବ (C), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବ ଦୁବେ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ପ୍ଲେଇଂ ୧୧: ରୀଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (WK), ଆଇଡେନ୍ ମାକ୍ରମ (C), ଡେୱାଲ୍ଡ ବ୍ରୁଇସ୍, ଡେଭିଡ୍ ମିଲର୍, ଡୋନୋଭାନ୍ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, କର୍ବିନ୍ ବୋଶ୍, ଲୁଙ୍ଗି ଏନଗିଡି, ଓଟେନିଲ୍ ବାର୍ଟମ୍ୟାନ୍।
