IND vs SA 2nd T20: କିଏ ଜିତିବ ଆଜିର ମ୍ଯାଚ? କଣ କହୁଛି ପ୍ରେଡିକ୍ସନ୍ ? ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କାହାର ପଲା ଭାରୀ ପଡି଼ବ?
ଭାରତ ନା ଦକ୍ଷିଣ ଆଫ୍ରିକା ବାଜି ମାରିବ କିଏ ?
ଓଡିଶା ଭାସ୍କର: ଜଣାପଡିଲା କିଏ ଜିତିବ ଆଜିର ମ୍ଯାଚ? ଜାଣନ୍ତୁ ମ୍ୟାଚ ପ୍ରେଡିକ୍ସନରେ କାହାର ପଲା ଭାରୀ ପଡିବ? ଭାରତ ପୁଣି ବାଜି ମାରିବ ନା ଦକ୍ଷିଣ ଆଫ୍ରିକା ଜିତି ସିରିଜ ୧-୧ରେ ବରାବର କରିବ।
ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ଯାଚ ଖେଳାଯିବ। ଏହା ଆଗରୁ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି।
ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ଆଜିର ମ୍ଯାଚରେ କାହାର ପଲା ଭାରୀ ପଡିବ। ଭାରତ ପୂର୍ବଥର ଭଳି ବାଜି ମାରିବ ନା ଦକ୍ଷିଣ ଆଫ୍ରିକା ଏଥର ପ୍ରତିଶୋଧ ନେବ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ଯାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯାଇଥିଲା।ଯେଉଁତିରେ କି ଭାରତ ବିପକ୍ଷ ଦଳ ଦକ୍ଷିଣ ଆଫ୍ରିକାକୁ ସର୍ବାଧିକ 101 ରନରେ ପରାସ୍ତ କରିଥିଲା। ମାତ୍ର 74 ରନରେ ଦକ୍ଷିଣ ଆଫ୍ରିକା ଟିମ ଅଲଆଉଟ ହୋଇଯାଇଥିଲେ।
ଏପରିକି ଟିମ ଇଣ୍ଡିଆ ପାଇଁ ବାରବାଟୀ ଷ୍ଟାଡିଅମ ଅତ୍ଯନ୍ତ ଲକି ଥିଲା ବୋଲି କ୍ଯାପଟେନ ସୂର୍ଯ୍ଯକୁମାର ଯାଦବ କହିଥିଲେ। କାରଣ ସେହି ମ୍ଯାଚରେ ବୁମରାହ ତାଙ୍କର 100 ତମ ୱିକେଟ ନେବାରେ ସଫଳ ହୋଇଥିଲେ ଅନ୍ଯପଟେ ହାର୍ଦ୍ଦିକ ପାଣ୍ଡିଆ 100 ଟି ଛକା ମାରି ରେକର୍ଡ କରିଥିଲେ।
ଅନ୍ଯପଟେ ଆଉ କିଛି ସମୟ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ଯାଚ ଆରମ୍ଭ ହେବ, ତେବେ ଆସନ୍ତୁ ଜାଣିବା ଆଜିର ମ୍ଯାଚରେ କାହାର ଜିତିବାର ସମ୍ଭାବନା ଅଧିକ ରହିଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟସ୍ ସନ୍ଧ୍ୟା ୬:୩୦ ରେ ପଡିବ ମ୍ୟାଚ୍ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ।
ଟିମ୍ ଇଣ୍ଡିଆ କଟକରେ ପ୍ରଥମ ଟି-୨୦କୁ ୧୦୧ ରନରେ ଜିତିଥିଲା। ଦକ୍ଷିଣ ଆଫ୍ରିକା ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚାହୁଁଥିବା ବେଳେ, ଭାରତୀୟ ଦଳ ବିଜୟ ଧାରା ବଜାୟ ରଖିବା ଉପରେ ଧ୍ୟାନ ଦେବ।
କିଏ ଅଧିକ ମ୍ଯାଚ ଜିତିଛି:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚରେ ହେଡ୍-ଟୁ-ହେଡ୍ ରେକର୍ଡକୁ ଦେଖିଲେ, ସେମାନେ ଏପର୍ଯ୍ୟନ୍ତ ୩୨ ଟି ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ, ଟିମ୍ ଇଣ୍ଡିଆ ୧୯ ଟି ମ୍ୟାଚ ଜିତିଛି, ଯେତେବେଳେ ଦକ୍ଷିଣ ଆଫ୍ରିକା ୧୨ ଥର ଜିତିଛି।
ଏହା ବ୍ୟତୀତ, ଗୋଟିଏ ମ୍ୟାଚ ଡ୍ର ରେ ଶେଷ ହୋଇଥିଲା। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ସାତ ଟି-20 ମ୍ୟାଚ ମଧ୍ୟରୁ ଭାରତ ଛଅଟି ଜିତିଛି।
ମ୍ଯାଚ ଆଗରୁ ପୂର୍ବାନୁମାନ:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ପାଇଁ ମ୍ୟାଚ୍ ପୂର୍ବାନୁମାନ ମିଟର ସୂଚାଇ ଦେଉଛି ଯେ ଟିମ୍ ଇଣ୍ଡିଆର ଏହି ମ୍ୟାଚ୍ ଜିତିବାର ସମ୍ଭାବନା ଅଧିକ।
ତଥାପି, ଏଥର ଦକ୍ଷିଣ ଆଫ୍ରିକା ଦଳ ଏକ କଠିନ ଲଢ଼େଇ କରି ପୂର୍ବ ମ୍ଯାଚର ପ୍ରତିଶୋଧ ନେବା ପାଇଁ ପ୍ରୟାସ କରିବ। ଦକ୍ଷିଣ ଆଫ୍ରିକା ଦଳରେ ଅନେକ ଭଲ ଭଲ ଖେଳାଳି ଅଛନ୍ତି, ଯେଉଁମାନେ କି ବିପକ୍ଷ ଟିମ ପାଇଁ ସବୁବେଳେ ଭଲ ପ୍ରଦର୍ଶନ କରିଛନ୍ତି, ଅନ୍ଯପଟେ ଯଦି ଭାରତ କଥା ଦେଖିବା ଆମ ଦଳରେ ଭଲ ସ୍ପିନର ଅଛନ୍ତି, ଏଣୁ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହୋଇପାରେ।
ଅନେକ ମ୍ୟାଚ୍ ଜିତିଥିବା ଖେଳାଳିଙ୍କୁ ଗର୍ବ କରେ, କିନ୍ତୁ ଭାରତୀୟ ସ୍ପିନରମାନଙ୍କୁ ସାମ୍ନା କରିବା ସମସ୍ତଙ୍କ ପାଇଁ କଷ୍ଟକର ହେବ। ତେଣୁ, ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ମଧ୍ୟ ଜିତିପାରେ।
